Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ଶେଷ ଦୁଇ ସପ୍ତାହରେ ଆସୁଛି ୨ ଲଘୁଚାପ, ତଳି ନ ପକାଇ ସିଧା ଧାନ ବୁଣିବାକୁ ଚାଷୀଙ୍କୁ ପରାମର୍ଶ ଦେଲେ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଆଉ କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ସ୍ଥିତି ଲାଗି ରହିଛି। ତେବେ ଜୁଲାଇର ଶେଷ ଦୁଇ ସପ୍ତାହରେ ୨ଟି ଲଘୁଚାପ ହେବାର ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଏବଂ ମୌସୁମୀ ଟ୍ରଫର ସ୍ଵାଭାବିକ ସ୍ଥିତି ଯୋଗୁଁ ରାଜ୍ୟରେ ମଧ୍ୟରୁ ପ୍ରବଳରୁ ବର୍ଷା ହେବ। ବୁଣା, ରୁଆ, ବେଉଷା ପାଇଁ ପର‌୍ୟ୍ୟାପ୍ତ ପାଣି ଚାଷୀଙ୍କୁ ମିଳିଯାଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

ସେହିଭଳି ଚତୁର୍ଥ ସପ୍ତାହରେ କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହୋଇପାରେ । ଏହା ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ଏ ବର୍ଷ ତଳି ନ ପକାଇ ସିଧା ଧାନ ବୁଣନ୍ତୁ ବୋଲି ଚାଷୀଙ୍କୁ ସେ ପରାମର୍ଶ ଦେଇଛନ୍ତି। ମଙ୍ଗଳବାର ରାଜ୍ୟରେ ହାରାହାରି ୯.୯ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ପରିମାଣ ୯.୮ମିମି ହୋଇଥିବାବେଳେ ଏହାଠୁ ୧% ଅଧିକ ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ସର୍ବାଧିକ ୫୦.୬ମିମି ବର୍ଷା ହୋଇଛି । ଖୋର୍ଦ୍ଧାରେ ୩୬, ଭୁବନେଶ୍ୱରରେ ୩୪.୨, କଟକରେ ୩୨.୪, ବୌଦ୍ଧରେ ୨୧, ଭଦ୍ରକରେ ୧୭.୧ମିମି ବର୍ଷା ହୋଇଛି ।

ପାଣିପାଗ ବିଜ୍ଞାନର ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୧୧ ମଧ୍ୟରେ ରାଜ୍ୟରେ ସମୁଦାୟ ୨୩୨.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ଵାଭାବିକ ବର୍ଷା ୩୧୪ ମିମି ତୁଳନାରେ ୨୬ ପ୍ରତିଶତ କମ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲା ଦେବଗଡ଼ରେ ସର୍ବାଧିକ ୪୫୬.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଏହା ସ୍ଵାଭାବିକ ଠାରୁ ୪୫ ପ୍ରତିଶତ ଅଧିକ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ