Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଉଡ କଲ୍ ଜାଲରେ ପଡ଼ି ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ, ପେଟରେ ୨୫ ଥର ଭୁସିଲେ କଇଁଚି

ଭୁବନେଶ୍ଵର: ନିଉଡ କଲ୍ ଜାଲରେ ପଡ଼ି ଜନୈକ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ। ବ୍ଲାକମେଲିଂର ଶିକାର ପରେ ବ୍ୟକ୍ତି ଜଣକ ପେଟରେ ୨୫ ଥର କଇଁଚିରେ ଭୁସି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ୟକ୍ତିଜଣକ ହେଉଛି ଦଣ୍ଡଧର ବାରିକ। ସେ ଢେଙ୍କାନାଳର ହୋଇଥିବା ବେଳେ ନୟାପଲ୍ଲୀ ଅଞ୍ଚଳରେ ସପରିବାର ରହୁଛନ୍ତି।

ଚାଟିଂ ବେଳେ ଅଜଣା ଯୁବତୀଙ୍କ ଜାଲରେ ପଡ଼ି ନ୍ୟୁଡ୍ କଲ କରିଥିଲେ। ପରେ ସଂପୃକ୍ତ ଯୁବତୀ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ମାଗିଥିଲା। ଏନେଇ ଥାନାରେ ଅଭିଯୋଗ କରି ନିରାଶ ହେବା ପରେ ବ୍ୟକ୍ତି ଜଣକ ପେଟରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେହୋସ ଅବସ୍ଥାରେ ତାଙ୍କୁ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଦଣ୍ଡଧରଙ୍କ ଅବସ୍ଥା ଗୁରୁତର ରହିଛି ।

ପରିବାରର ଅଭିଯୋଗ ଅନୁଯାୟୀ, ୩ ଦିନ ତଳେ ଚାଟିଂ ପରେ ଦଣ୍ଡଧର ବାରିକଙ୍କୁ ହ୍ଵାଟ୍ସଆପରେ ଜଣେ ଅଜଣା ଯୁବତୀ ନ୍ୟୁଡ୍ କଲ୍ କରିଥିଲେ। ଏହାର ସ୍କ୍ରିନ ରେକର୍ଡିଂ କରି ବ୍ଲାକମେଲ କରି ଟଙ୍କା ଦାବି କରିଥିଲେ । ଏହାପରେ ସାଇବର ଥାନାରେ ଏନେଇ ଅଭିଯୋଗ କରିଥିଲେ ଦଣ୍ଡଧର । କିନ୍ତୁ ପୋଲିସ ସହଯୋଗ କରିବା ବଦଳରେ ଥଟ୍ଟା ପରିହାସ କରିଥିଲା ବୋଲି ଅଭିଯୋଗ ହୋଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ