ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ସ୍ଥିତ ସରକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମତଦାନ ମାଧ୍ୟମରେ ସ୍କୁଲ କ୍ୟାବିନେଟ ଗଠିତ ହୋଇଯାଇଛି । ନୂତନ କ୍ୟାବିନେଟରେ ୧୬ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି।ନବନିର୍ବାଚିତ ମନ୍ତ୍ରୀମାନଙ୍କୁ ଗୋପନ ଶପଥପାଠ କରାଯାଇଥିଲା । ସ୍କୁଲରେ ଏକ ସଭା କରାଯାଇ ସମସ୍ତ ମନ୍ତ୍ରୀମାନଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଭୋଟ ଦେଇ ନୂତନ ମନ୍ତ୍ରୀଙ୍କୁ ନିର୍ବାଚିତ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ବାମିତ୍ର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ନିର୍ବାଚନରେ ଶିକ୍ଷକ ବଳରାମ ମିଶ୍ର , ସୁରେଶ ସାହୁ, ପ୍ରତି ବୁଡେକ , ଶିକ୍ଷୟିତ୍ରୀ ସସ୍ମିତା ନାଏକ , ମଞ୍ଜୁ ମାଝି , ସୀମା ବାଘ ପ୍ରମୁଖ ପୁଲିଂ ଅଫିସର ଭାବେ କାର୍ଯ୍ୟ ତୁଳାଇଥିଲେ । ମୁଖ୍ୟ ମନ୍ତ୍ରୀ ଭାବେ ବବୁଲ ପଧାନ ନିର୍ବାଚିତ ହୋଇଥିବା ବେଳେ ପୂର୍ଣ୍ଣିମା ସାହୁ ଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହିତ ଶିକ୍ଷାମନ୍ତ୍ରୀ-ଗୋପିନାଥ ପୁରୋହିତ , ଉପଶିକ୍ଷାମନ୍ତ୍ରୀ-ପିଙ୍କିରାଣୀ ମେହେର , କ୍ରୀଡା ଓ ସଂସ୍କୃତି ମନ୍ତ୍ରୀ-ଶ୍ରାବଣୀ ପଧାନ , ଉପକ୍ରିଡା ଓ ସଂସ୍କୃତି ମନ୍ତ୍ରୀ-ମିଥୁନ ମେହେର , ଖାଦ୍ୟମନ୍ତ୍ରୀ-ସମ୍ବିତ ପଧାନ , ଉପଖାଦ୍ୟ ମନ୍ତ୍ରୀ-ଦିବ୍ୟା କର୍ମୀ , ପରିବେଶ ମନ୍ତ୍ରୀ-ରାହୁଲ ପଧାନ , ଉପ ପରିବେଶ ମନ୍ତ୍ରୀ-ମୋନାଲିସା ନାଏକ , ସ୍ବାସ୍ଥ୍ୟ ମନ୍ତ୍ରୀ-ପ୍ରିତିକା ମହାକୁର , ଉପସ୍ବାସ୍ଥ୍ୟ ମନ୍ତ୍ରୀ-ଶ୍ରୀକାନ୍ତ କର୍ଣ୍ଣ , ପ୍ରାର୍ଥନା ମନ୍ତ୍ରୀ-ସୌମ୍ୟରଞ୍ଜନ ସାହୁ , ଉପ ପ୍ରାର୍ଥନା ମନ୍ତ୍ରୀ-ରଶ୍ମୀତା ମେହେର ଏବଂ ମୀନା ମନ୍ତ୍ରୀ ଭାବେ ସୁଭଶ୍ରୀ ପ୍ରଧାନ ଓ ସୋଲନି ପ୍ରଧାନ ନିର୍ବାଚିତ ହୋଇଛନ୍ତି।ସମସ୍ତ ନିର୍ବାଚିତ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଗୋନୀୟତା ଶପଥ ପାଠ କରାଯାଇଛି ।
ଖଣ୍ଡହତl ସରକାରୀ ୟୁପି ସ୍କୁଲରେ ନୂତନ ସ୍କୁଲ କ୍ୟାବିନେଟ ଗଠିତ
