Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନୂତନ ଆଶା ନେଇ ୪୦ ଦିନ ଯାତ୍ରାରେ ବାହାରିଲା ଚନ୍ଦ୍ରଯାନ-୩, ସ୍ଵାଧୀନତା ଦିବସ ପରେ ମିଳିବ ଉପହାର

ନୂଆଦିଲ୍ଲୀ: ମହାକାଶରେ ଇତିହାସ ରଚି ଭାରତ ଚନ୍ଦ୍ରଯାନ-୩ର ସଫଳପୂର୍ବକ ଉତକ୍ଷେପଣ କରିଛି। ଅପରାହ୍ନ ୨ଟା ୩୫ ମିନିଟରେ ଏଲଭିଏମ-୩ ବାହୁବଳୀ ରକେଟର ଉତକ୍ଷେପଣ ହୋଇଥିଲା ଏବଂ ୧୬ ମିନିଟ୍ ଭିତରେ ଏହା ପୃଥିବୀର କକ୍ଷ ପଥରେ ସ୍ଥାପିତ ହୋଇଛି। ରକେଟର ଲଞ୍ଚିଂ ସମୟରେ ପୂରା ଦେଶର ନଜର ଶ୍ରୀହରିକୋଟା ଉପରେ ରହିଥିଲା। ଏବେ ସମସ୍ତଙ୍କ ଆଶାକୁ ଧରି ଚନ୍ଦ୍ରଯାନ-୩ ନିଜ ଯାତ୍ରାରେ ବାହାରି ସାରିଛି। ଚନ୍ଦ୍ରଯାନ-୩ର ଏହି ଯାତ୍ରା ପାଖାପାଖି ୪୦ ଦିନର ରହିବ। ଇସ୍ରୋ ବୈଜ୍ଞାନିକଙ୍କ ପ୍ରଥମ ଲକ୍ଷ୍ୟ ଚନ୍ଦ୍ରର ଭୂପୃଷ୍ଠରେ ମୁନ ଲ୍ୟାଣ୍ଡର ବିକ୍ରମର ସଫଳ ସହଜ ଅବତରଣ ହୋଇଯାଉ। ଚନ୍ଦ୍ରଯାନ-୨ ସମୟରେ ସଫ୍ଟ ଲ୍ୟାଣ୍ଡିଂ ସମୟରେ ହିଁ ସମସ୍ୟା ଉପୁଜିଥିଲା। କିନ୍ତୁ ଏବେ ମଧ୍ୟ ତାର ଅର୍ବିଟ୍ କାମ କରୁଛି।

ବିକ୍ରମ ଲ୍ୟାଣ୍ଡର ଯଦି ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛି ତେବେ ଭାରତ ଦୁନିଆର ଏମିତି ଚତୁର୍ଥ ଦେଶ ହେବ, ଯିଏ ଏହି ଉପଲବ୍ଧି ହାସଲ କରିଛି। ଭାରତ ପୂର୍ବରୁ ଆମେରିକା, ରୁଷ ଏବଂ ଚୀନ ହିଁ ମହାକାଶରେ ଏହି ସ୍ତରର ସଫଳତା ହାସଲ କରିଛନ୍ତି। ବରିଷ୍ଠ ବୈଜ୍ଞାନିକ ନରେନ୍ଦ୍ର ଭଣ୍ଡାରୀ କହିଛନ୍ତି ଯେ, ଅଗଷ୍ଟର ଶେଷ ସପ୍ତାହରେ କୌଣସି ବି ଦିନ ଚନ୍ଦ୍ରଯାନର ଲ୍ୟାଣ୍ଡିଂ ହେବ। କହିବାକୁ ଗଲେ ସ୍ଵାଧୀନତ ଦିବସ ପରେ ଚନ୍ଦ୍ରଯାନ-୩ର ସଫଳତା ଦେଶବାସୀଙ୍କ ପାଇଁ ବଡ଼ ଉପହାର ହୋଇପାରେ। ଏଥର ଲ୍ୟାଣ୍ଡର ବିକ୍ରମକୁ ନେଇ ବହୁତ ସାବଧାନ ଅବଲମ୍ବନ କରାଯାଇଛି, ଯଦ୍ଵାରା ସଫ୍ଟ ଲ୍ୟାଣ୍ଡିଂ ସହଜରେ ହୋଇ ପାରିବ।

ଅଗଷ୍ଟ ୨୩ ସୁଦ୍ଧା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଭୂପୃଷ୍ଠରେ ଅବତରଣ କରିପାରେ। ଲ୍ୟାଣ୍ଡିଂ ପରେ ଏହାକୁ ୧୪ ଦିନ ପର୍ଯ୍ୟନ୍ତ ସଞ୍ଚାଳନ କରାଯାଇ ପାରିବ। ଚନ୍ଦ୍ରଯାନ-୩ରେ ମୁଖ୍ୟ ଜିନିଷ ହେଉଛି ଲ୍ୟାଣ୍ଡର, ରୋଭର ଏବଂ ପ୍ରୋପଲସନ ମୋଡ୍ୟୁଲ। ଭାରତର ଚନ୍ଦ୍ରଯାନ ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରରେ ଅବତରଣ କରିବ। ଭାରତ ଚନ୍ଦ୍ରଯାନ ମିଶନ ୨୦୦୮ରେ ଆରମ୍ଭ କରିଥିଲା। ଏହା ପୂର୍ବରୁ ୨୦୧୯ରେ ଦ୍ଵିତୀୟ ପ୍ରୟାସ କରାଯାଇଥିଲା। ସବୁ କିଛି ଠିକ୍ ଥିଲା, ହେଲେ ଅବତରଣ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏଥର ଇସ୍ରୋ ପକ୍ଷରୁ ଅନେକ ପରିବର୍ତ୍ତନ କରାଯାଇଛି। ଯଦ୍ଵାରା ସବୁ କିଛି ଠିକ୍ ରହିବ ଏବଂ କୌଣସି ପ୍ରକାରର ବୈଷେୟିକ ତ୍ରୁଟିରୁ ରକ୍ଷା ମିଳିବ।