ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଉଦେପଦର ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଆଜିର ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ଲସତଲା ସରପଞ୍ଚ ଶିବାନୀ ମହାକୁର ପ୍ରମୁଖ ଯୋଗଦେଇ ଶ୍ରମିକ ମାନଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧ ପରିକର ରହିଥିବା ସୂଚନା ଦେଇଥିଲେ I ଶ୍ରମିକ କଲ୍ୟାଣ ନିମନ୍ତେ ଆସୁଥିବା ସରକାରଙ୍କ ସହାୟତା ଯୋଗାଇ ଦେବାପାଇ ପ୍ରଶାସନ ସବୁବେଳେ ଚେଷ୍ଟିତ ବୋଲି ମତ ପ୍ରକାଶ କରିଥିଲେ l ଶ୍ରମ ଅଧିକାରୀ ସୁବର୍ଣ୍ଣପୁର ଡିଲେଶ୍ୱର ଖାକା ଙ୍କ ତତ୍ୱାବଧାନ ତଥା ପରିଚାଳନା ରେ ଅନୁଷ୍ଠିତ ଏହି ସହାୟତା ବଣ୍ଟନ ଶିବିରରେ ମୁଖ୍ୟ ଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସହାୟତା ବଣ୍ଟନ କରିଥିଲେ l ଏ ପରିପ୍ରେକ୍ଷୀରେ ଶିକ୍ଷା ସହାୟତା ନିମନ୍ତେ ୩୬ ଜଣଙ୍କୁ ୨ ଲକ୍ଷ ୨୭ ହଜାର ୨୦୦ , ପ୍ରସୂତି କାଳିନ ସହାୟତା ରେ ୨୫ ଜଣ ଙ୍କୁ ୨ଲଲକ୍ଷ ୫୦ ହଜାର , ମୃତ୍ୟୁ କାଳିନ ସହାୟତା ରେ ୪୩ ଜଣ ଙ୍କୁ ୮୬ ଲକ୍ଷ , ବିବାହ ସହାୟତା ନିମନ୍ତେ ୨୦୪ ଜଣଙ୍କୁ ୧ କୋଟି ୧ ଲକ୍ଷ ୨୫ ହଜାର ଓ ଶବସତ୍କାର କ୍ରିୟାକାର୍ଯ୍ୟ ସହାୟତା ରେ ୭୭ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ୮୫ ହଜାର ର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଆଜି ଅନୁଷ୍ଠିତ ଏହି ଶିବିରରେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ରେ ବିନିକା , ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପଞ୍ଜିକୃତ ଯୋଗ୍ୟ ୩୮୫ ଜଣ ନିର୍ମାଣ ଶ୍ରମିକଙ୍କୁ ସମୁଦାୟ ୧ କୋଟି ୯୩ ଲକ୍ଷ ୮୭ ହଜାର ୨ ଶହ ଟଙ୍କା ର ସହାୟତା ରାଶି ସେମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇ ଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି l