Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୬ ଦଫା ଦାବି ରେ କଳାବ୍ୟାଚ ପିନ୍ଧି କୃଷି କର୍ମଚାରୀ ଙ୍କ ପ୍ରତିବାଦ, ଦାବି ପୂରଣ ନ ହେଲେ ୧ ରୁ ସାମୁହିକ ଛୁଟି ରେ ଯିବେ କର୍ମଚାରୀ।

କୋକସରା:୧୪/୦୭ ରାଜ୍ୟ ଓ ଜିଲ୍ଲା ସଙ୍ଗ ର ଡାକରା ରେ ଶୁକ୍ରବାର ଠାରୁ କଳାବ୍ୟାଚ ପିନ୍ଧି ଦାବି ପୂରଣ ପାଇଁ ପାଇଁ ପ୍ରତିବାଦ ରେ କୋକସରା ବ୍ଲକ କୃଷି ବିଭାଗ ର ଗ୍ରାମ୍ୟ ପୁରୁଷ ଓ ମହିଳା କର୍ମଚାରୀ । ଏନେଇ ଶୁକ୍ରବାର କୋକସ.ରା କୃଷି କାର୍ଯ୍ୟାଳୟ ପରିସର ରେ ବ୍ଲକ ସଭାପତି ଉପେନ୍ଦ୍ର ଜାଲ ଙ୍କ ସଭାପତିତ୍ୱ ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ ର କାର୍ଯ୍ୟରତ କୃଷି ବିଭାଗ ର କର୍ମଚାରୀ ମାନେ ନିଜ ୬ ଦଫା ଦାବି ସମ୍ପର୍କରେ ସୂଚନା ଦେବାସହ ୧୪ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ସମୁହ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସେମାନଙ୍କ ପ୍ରତି ରାଜ୍ୟ ସରକାର ଙ୍କ ବୈମାତୃକ ପୋଷଣ ମନୋଭାବ ଓ ପାତରଅନ୍ତର ନୀତି କୁ ସମାଲୋଚନା କରିଛନ୍ତି। ଯଦି ରାଜ୍ୟ ସରକାର ଚଳିତ ମାସ ଶେଷ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଦାବି ଉପରେ ପୁନର୍ବିର୍ଚାର ନ କରନ୍ତି ତାହେଲେ ଆସନ୍ତା ୧ ତାରିଖ ରୁ କୃଷି କର୍ମଚାରୀ ସାମୁହିକ ଭାବେ ଛୁଟି ରେ ଯିବାକୁ ଚେତାବନୀ ଦେଇଛନ୍ତି। ୬ ଦଫା ମଧ୍ୟରେ ଗ୍ରେଡ ପେ ୪,୨୦୦କୁ ବୃଦ୍ଧି, କୃଷି କର୍ମଚାରୀ ଙ୍କ ପଦବୀ ର ନାମ ପରିବର୍ତ୍ତନ,କ୍ୟାଡର ପୁନର୍ଗଠନ, ଠିକା ସମୟ ର ୬ ବର୍ଷ କୁ ମୁଳ ଚାକିରୀ ରେ ଗଣନା, ୬ଟି ନେସନାଲ ଇଂକ୍ରିମେଣ୍ଟପ୍ରଦାନ ଦାବି ପ୍ରମୁଖ ରହିଛି। କୋକସରା ବ୍ଲକ କୃଷି ବିଭାଗ ର କର୍ମଚାରୀ ଙ୍କ ମଧ୍ୟରେ ବ୍ଲକ ସମ୍ପାଦକ ବିଶ୍ୱ ରଞ୍ଜନ ବୋଡକିଆ, ଅଜିତ କୁମାର ସାହୁ,ଅଭିନାଶ ଠାକୁର, ଭକ୍ତ ଚନ୍ଦ୍ର ମାଝୀ, ଟିକଚନ ଦଳପତି,ଧନିରାମ ମାଝୀ, ଧନସାଇ ମାଝୀ,କଲ୍ୟାଣି ନାଏକ, ଇନ୍ଦୁ ପାଣିଗ୍ରାହୀ,ଇତିଶ୍ରୀ ପାଣିଗ୍ରାହୀ,ଚନ୍ଦ୍ରକଳା ମେହେର ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି କଳାବ୍ୟାଚ ପରିଧାନ କରି ପ୍ରତିବାଦ ରେ ସାମିଲ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ