Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଳପାଲି ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବଣ୍ଟନ ଉତ୍ସଵ ଅନୁଷ୍ଠିତ।

କୋକସରା:୧୪/୦୭
ଜୟପାଟଣା ବ୍ଲକ ରେଙ୍ଗାଳପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷା ବର୍ଷ ୨୩/୨୪ ପାଇଁ।ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଷାକ ବଣ୍ଟନ ଉତ୍ସଵ କାର୍ଯ୍ୟକ୍ରମ ରେ ଜୟପାଟଣା ନପଞ୍ଚାୟତ ସମିତି ଉପାଧକ୍ଷ୍ୟା ଶ୍ରୀମତୀ ଜାନକୀ ବାଣୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ।,ସମ୍ମାନିତ ଅତିଥି ଭାବେ ସରପଞ୍ଚ ଅଶ୍ୱର୍ୟ କୁମାର ଦାସ ରେଙ୍ଗାଳପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦୀପ, ରୁକ୍ମଣୀ ରାଉତ,ନେପୂର୍ ବାଗ,ମିନତି ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସମାଜସେବୀ ଲାବାନ୍ୟ ବାଣୁଆ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ସରକାରଙ୍କ ସମସ୍ତ ଯୋଜନା ତଥା ବିଦ୍ୟାଳୟ କୁ ଆସୁଥିବା ଯୋଜନା ଏବଂ ସୁବିଧା ସମ୍ପର୍କରେ ଙ୍କୁ ସଚେତନ କରାଇଥିଲେ।ଶିକ୍ଷକ କୋଟେଶ୍ୱର ରାଓ,ସୁଜିତ୍ ସାହୁ,ପର୍ଶୁ ବଣୁଆ,ଶଶି ଦଳପତି,ଚିନ୍ମୟ ପ୍ରଧାନୀ, ଦିବ୍ୟଶ୍ରୀନି ଦୁର୍ଗା ସହଯୋଗ କରିଥିଲେ। ସର୍ବମୋଟ ୩୩୩.ଜଣ ଛାତ୍ରଛାତ୍ରୀ ଙ୍କୁ ଏହି ଅବସର ରେ ପୋଷାକ ବିତରଣ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ