Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବୁଢ଼ାରଜା ମନ୍ଦିର କମିଟିର ବୈଠକରେ ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ।

କୋକସରା:୧୫/୦୭ ବୁଢ଼ାରଜା ମନ୍ଦିର ସୌନ୍ଦର୍ଯ୍ୟ କରଣ ପ୍ରସ୍ତୁତି ବୈଠକରେ ଯୋଗଦେଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆଜି ବୁଢ଼ାରଜା ମନ୍ଦିର କମିଟି ପକ୍ଷରୁ ମନ୍ଦିର ଠାରେ ରାଜ୍ୟ ସରକାର 5 ଟି ଯୋଜନା ରେ ମନ୍ଦିର ର ସୌନ୍ଦର୍ଯ୍ୟ କରଣ ପାଇଁ ପ୍ରଦାନ କରିଥିବା ଅନୁଦାନ କିଭଳି ମଦିର ର ଉନ୍ନତି ଦିଗରେ ବିନିଯୋଗ ହେବ ସେନେଇ ବୁଢ଼ାରଜା ମନ୍ଦିର କମିଟିର ସଭାପତି କୁମୁଦ ପୁଝାରି, ଉପ ସଭାନେତ୍ରୀ ତିଲୋତ୍ତମା ନାଏକ, ସମ୍ପାଦକ ନକୁଳ ବାଣୁଆ ,ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ,ଜିତେନ୍ଦ୍ର ପଣ୍ଡା,ତ୍ରିନାଥ ପ୍ରସନ୍ନ ରାୟ, ଟିକିଚନ୍ଦ୍ର ଧ. ମାଝୀ, ଓ ଅନ୍ୟ ସଦସ୍ୟ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ବୈଠକରେ ପୁର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଯୁବ ସମାଜସେବୀ ସଞ୍ଜୟ ସିଙ୍ଘଲ ପ୍ରମୁଖ ଉପସ୍ଥିତ ରହିଥିଲେ।