Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ଓ ସୁନାମାଲ ରାସ୍ତା ମରାମତି ପାଇଁ ଦୁଇ ଯନ୍ତ୍ରୀ ଙ୍କ ସହ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ

କୋକସରା ବ୍ଲକ ର ବିକାଶ ର ମଙ୍ଗ ଧରିଛନ୍ତି ଯୁବ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ।ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ରହିଥିବା ଲୋକଙ୍କ ମୌଳିକ ସମସ୍ୟା କୁ ନେଇ ପ୍ରତିଦିନ ବିଭିନ୍ନ ପଞ୍ଚାୟତ ଗସ୍ତ କରି କେମିତି ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରିବ ସେ ନେଇ ଅହରହ ଉଦ୍ୟମ ଜାରି ରଖିଛନ୍ତି। ଶୁକ୍ରବାର ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ପୁର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ସହ ବ୍ଲକ ର ଆମପାଣି ବସ୍ତି କୁ ସଂଯୋଗ କରୁଥିବା ରାସ୍ତା ଓ ସୁନାମାଲ ବସ୍ତି ପଡା କୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବ ରୁ ଶୋଚନୀୟ ହୋଇ ପଡ଼ିଥିବା ରାସ୍ତା ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀ ଙ୍କୁ କେମିତି ଶୀଘ୍ର ରାସ୍ତା କାର୍ଯ୍ୟ ମରାମତି ହେବ ସେନେଇ ଆଲୋଚନା କରିଥିଲେ। ଦୁଇ ଯନ୍ତ୍ରୀ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କୁ ଏ ନେଇ ଜଣାଇବୁ ଓ ବିଭାଗୀୟ ଅନୁଦାନ ପରେ ମରାମତି କରାଯିବା ନେଇ କହିଥିବା ଜଣାପଡିଛି। ଉପାଧ୍ୟକ୍ଷ ଙ୍କ ସହ ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ ଉପସ୍ଥିତ ରହିଥିଲେ। ବ୍ଲକ ଉପାଧ୍ୟକ୍ଷ ଙ୍କ ଜନ ସେବା କୁ ନେଇ ଅଞ୍ଚଳ ରେ ତାଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଲୋକପ୍ରିୟତା ଦେଖିବାକୁ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ