ଲଡୁଗାଁ ରେ ବିଜେଡି ର ସାଂଗଠାନିକ ବୈଠକ, ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା।

କୋକସରା:୧୫/୦୭ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଲୀୟ ନେତୃବୃନ୍ଦ ଙ୍କୁ ସଂଗଠନ ସଜାଡ଼ିବାକୁ ଦଳ ପକ୍ଷରୁ ନେତୃତ୍ୱ ମିଳିଥିବା କର୍ମକର୍ତ୍ତା ଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ଦଳ ର ଛାମୁଆ ନେତା। ଶନିବାର ଧର୍ମଗଡ ବିଧାନସଭା କ୍ଷେତ୍ର ର ନୂତନ ସଭାପତି ମାନସ ରଞ୍ଜନ ବାଗ କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ରେ ପହଞ୍ଚିବା ପରେ ଦଲୀୟ କର୍ମକର୍ତ୍ତା ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଲଡୁଗାଁ ବିଜେଡି ପଞ୍ଚାୟତ ସଭାପତି ରବୀନ୍ଦ୍ର ନାରାୟଣ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମାନସ ରଞ୍ଜନ ବାଗ ଉପସ୍ଥିତ କର୍ମକର୍ତ୍ତା ଙ୍କୁ ଧନ୍ୟବାଦ ଦେବାସହ ଦଳ ର ଲୋକାଭିମୁଖୀ ଯୋଜନା କୁ ତୃଣମୂଳ ସ୍ତରରେ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା କୁ କହିବା ସହ ପଞ୍ଚାୟତ ସ୍ତରରେ ଦଳ ର କାର୍ଯ୍ୟକ୍ରମ କୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ କୋକସରା ଯୋନ ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ,ମୋହନ ଦାସ, ପଙ୍କଜ ମୁଖ ଚୌଧୁରୀ, ଶ୍ରୀମନ୍ତ ପାଢ଼ୀ, ସନ୍ତୋଷ ଦାସ,ପୁର୍ବତନ ସରପଞ୍ଚ ଲଡୁଗାଁ କଂହେଇ ଦାସ, ସଞ୍ଜୟ ସିଙ୍ଘଲ,ମହେଶ ଗୁପ୍ତା ଓ ଲଡୁଗାଁ ପଞ୍ଚାୟତ ସୁନାମାଲ, ସୁପାଡ଼, ପିତବାସପୁର, ଆଇଲି, ନାଏକପଡା, ମୁଟ୍ରାବାହେଲି ଗ୍ରାମ ରୁ।ଶତାଧିକ ଦଲୀୟ କର୍ମି ଉପସ୍ଥିତ ରହିଥିଲେ। ।