ଭଞ୍ଜନଗର ଉପକାରାଗାରରେ ବିଚାରାଧୀନ ବନ୍ଦୀଙ୍କ ମୃତୁ ଶବ ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ,


ବେଲଲଗୁଣ୍ଠା,15/07, ଆଜି ଅପରାହ୍ଣ ପାଞ୍ଚ ଘଣ୍ଟା ପରଠାରୁ ଠପ୍ ହୋଇଯାଇଛି ଭଞ୍ଜନଗରରୁ ଭୁବନେଶ୍ୱରକୁ ଯୋଗାଯୋଗ କରୁ୍ଥିବା ରାସ୍ତା I ଭଞ୍ଜନଗର ଜେଲ୍ ରେ ଏକ ଚୋରି ଅଭିଯୋଗରେ ଥିବା କଏଦୀ ଚରଣ ବେହେରାର ମୃତ୍ୟୁକୁ ହତ୍ୟାକାଣ୍ଡ ଅଭିଯୋଗ କରି ବେଲଗୁଣ୍ଠା ବ୍ଳକ୍ ତନରଡା ଛକରେ ଅପରାହ୍ଣ ପାଞ୍ଚ ଘଣ୍ଟା ସମୟରୁ ଚରଣର ବାପା ଗଙ୍ଗାଧର ବେହେରା, ସ୍ତ୍ରୀ ବଙ୍ଗାଳୀ ବେହେରା, ତିନି ପୁଅ ଝିଅଙ୍କ ସମେତ ବହୁ ଗ୍ରାମବାସୀ ରାସ୍ତାରେ ଚରଣର ଶବକୁ ରଖି ଉଭୟ ପାର୍ଶ୍ୱରେ କାଠ ଗଣ୍ଡି ପକାଇ ନ୍ୟାୟ ଦାବିରେ ରାସ୍ତାରୋକ କରି ବସିଛନ୍ତି I ସେମାନଙ୍କ ଦାବି ମୁତାବକ ଘଟଣା ସ୍ଥଳକୁ ଭଞ୍ଜନଗର ଉପଜିଲ୍ଲାପାଳ ଆସି ଜେଲ୍ ଭିତରେ ଚରଣ ମୃତ୍ୟୁ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଚରଣର ପରିବାରକୁ ପଚାଶ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଚରଣର ବିଧବା ସ୍ତ୍ରୀ ବଙ୍ଗାଳୀକୁ ସରକାରୀ ଚାକିରୀ ପ୍ରଦାନ ଏବଂ ତାର ଦୁଇ ପୁଅ ଓ ଝିଅକୁ ଥଇଥାନ କରିବାର ପ୍ରତିଶୃ୍ତି ଦେଲେ ହିଁ ସେମାନେ ରାସ୍ତାରୋକରୁ ଉଠିବେ I ବର୍ତ୍ତମାନ ସେହି ରାସ୍ତା ଦେଇ ମୋଟରସାଇକେଲ୍ ଟିଏ ମଧ୍ଯ ଯାଇ ପାରୁନଥିବାରୁ ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି I ଯାତାୟତ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯାଇଥିବାରୁ ଲୋକେ ଦୀର୍ଘ ସମୟ ଧରି ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I ଅନ୍ୟପଟେ ଆଜି କ୍ରାଇମ ମିଟିଙ୍ଗ୍ ରେ ଯୋଗଦେବାକୁ ଭଞ୍ଜନଗର ଉପଜିଲ୍ଲାପାଳ, ଭଞ୍ଜନଗର ଥାନା ଅଧିକାରୀ, ଏସଡିପିଓ ଏବଂ ବେଲଗୁଣ୍ଠା ଥାନା ଅଧିକାରୀ ଛତ୍ରପୁର ଚାଲିଯାଇଥିବାରୁ ଘଟଣାସ୍ଥଳରେ ସେମାନେ ଅନୁପସ୍ଥିତ ଥିବା ବେଳେ ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୂଜୂରୂ, ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ,ନାରାୟଣ ସ୍ୱାଇଁ,ମହେଶ୍ଵର ବେହେରା, ଭଞ୍ଜନଗର ଏସ୍ଆଇ କେଶବ ଷଡ଼ଙ୍ଗୀ ଏବଂ ପୋଲିସ୍ ଫୋର୍ଷ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ ସେମାନେ ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଆସି ନିଜେ ପ୍ରତିଶୃ୍ତି ନଦେବା ପର୍ଯ୍ୟନ୍ତ ରାସ୍ତାରୁ ଉଠିବେ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି I ଚରଣର ବାପା ଗଙ୍ଗାଧର ତହସିଲଦାରଙ୍କୁ କହିବା ଅନୁସାରେ ଚରଣ କରିଥିବା ଚିକେନ୍ ଦୋକାନରୁ ବେଲଗୁଣ୍ଠାର ସିଲୁ ପଣ୍ଡା ବାକିରେ ଚିକେନ୍ ନେଇଥିଲା I କିନ୍ତୁ ଚରଣ ସିଲୁକୁ ବାରମ୍ବାର ପଇସା ମାଗିବା ପରେ ସିଲୁ ଚରଣକୁ ପଇସା ନଦେଇ ବିଡ଼ି, ସିଗାରେଟ୍, ଗୁଟୁଖା ଭଳି କିଛି ଜିନିଷ ଆଣି ଦେଇଥିଲା I ସେଗୁଡ଼ିକୁ ଚରଣ ଦୋକାନରେ ରଖି ଖାଇବାକୁ ଯାଇଥିଲା ଏବଂ ଖାଇକି ଫେରିବା ପରେ ପୋଲିସ୍ ଚୋରି ସାମଗ୍ରୀକୁ ଜବତ କରିବା ସହ ଚରଣକୁ ଗିରଫ କରି ନେଇଯାଇଥିଲେ I କିନ୍ତୁ ଚରଣ ଚୋରିରେ ଆଦୌ ସମ୍ପୃକ୍ତି ନଥିବା ବେଳେ ତାକୁ ଜେଲ୍ ଭିତରେ ବାଡ଼େଇ ବାଡ଼େଇ ମାରିଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ଗଙ୍ଗାଧର I ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ପ୍ରକାରେ ଗତକାଲି ଜେଲ୍ ରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା I ଏହି ଝଗଡ଼ା ଭିତରେ ଚରଣକୁ ପ୍ରବଳ ମାଡ଼ ହୋଇଥିଲା I ଆଜି ସକାଳୁ ଚରଣ ନଉଠିବାରୁ ଚରଣର କିଛି ସାଥୀ ଯାଇ ତାକୁ ଆଠ ଘଣ୍ଟା ତିରିଶି ମିନିଟ୍ ସମୟରେ ଚରଣକୁ ଉଠାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ ଚରଣ ନଉଠିବାରୁ ତାକୁ ସଙ୍ଗେ ସଙ୍ଗେ ଭଞ୍ଜନଗର ମେଡ଼ିକାଲ୍ ରେ ଭର୍ତ୍ତି କରାଯାଇଥିଲା I ସେଠାରେ ଡ଼ାକ୍ତର ଚରଣକୁ ମୃତ ଘୋଷଣା କରିଥିଲେ I ଏଣୁ ଜେଲ୍ ଭିତରେ ହିଁ ଚରଣର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି I ସୂଚନା ପ୍ରକାରେ ବେଲଗୁଣ୍ଠା ଭଗବତପାଟଣାର ହାଡୁ ବେହେରା ବେଲଗୁଣ୍ଠାରେ ଏକ ପାନ ଦୋକାନ କରିଛନ୍ତି I ଗତ ଦଶ ତାରିଖ ରାତିରେ ହାଡୁ ବେହେରାଙ୍କ ଦୋକାନରୁ ନଗଦ ପନ୍ଦରଶହ ଟଙ୍କା ସହିତ ମିକ୍ସର, ବିସ୍କୁଟ୍, ସିଗାରେଟ୍, ଗୁଟୁଖା ଭଳି କିଛି ସାମଗ୍ରୀ ଚୋରି ହୋଇଥିଲା I ଏନେଇ ହାଡ଼ୁ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପରେ ବେଲଗୁଣ୍ଠା ପୋଲିସ୍ ପ୍ରଥମେ ବେଲଗୁଣ୍ଠାର ସିଲୁ ପଣ୍ଡାକୁ ପଚରାଉଚୁରା କରିଥିଲା I ସିଲୁ ଚୋରି ସାମଗ୍ରୀ ନେଇ ତନରଡା ଛକରେ ଚିକେନ୍ ଦୋକାନ କରିଥିବା ସେହି ଗ୍ରାମର ଚରଣ ବେହେରାଙ୍କୁ ବିକ୍ରି କରିଥିବା କହିବା ପରେ ପୋଲିସ୍ ଚରଣ ଠାରୁ ଚୋରି ସାମଗ୍ରୀ ଜବତ କରି ସେହିଦିନ ହିଁ ସେମାନଙ୍କୁ କୋର୍ଟଚାଲାଣ କରିଥିଲା I ଏନେଇ ବେଲଗୁଣ୍ଠା ଥାନାରେ 301/23 ରେ ଏକ ମାମଲା ରୁଜୁ ହୋଇଥିଲା I ସେହିଦିନଠାରୁ ଚରଣ ଭଞ୍ଜନଗର ଜେଲ୍ ରେ ଥିଲା I କିନ୍ତୁ ଆଜି ସକାଳେ ଚରଣର ପରିବାର ଲୋକେ ଚରଣର ମୃତ ଦେହ ଭଞ୍ଜନଗର ଡାକ୍ତର ଖାନାରେ ଥିବାର ଖବର ପାଇଥିଲେ।ପୋଲିସର ସୂଚନା ପ୍ରକାରେ ଗତ ରାତିରେ ଚରଣର ଦେହ ଅସୁସ୍ଥ ହୋଇଥିଲା ଓ ତାଙ୍କୁ ଆଜି ସକାଳେ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I କିନ୍ତୁ ପରିବାର ଲୋକ ଏହାକୁ ଏକ ହତ୍ୟା କାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ପରିବାର ଲୋକଙ୍କ କହିବା ପ୍ରକାରେ ଚରଣ ଯେତେବେଳେ ଜେଲ ଯାଇଥିଲା ତା ଶରୀରରେ କୌଣସି କ୍ଷତ ନଥିଲା କିନ୍ତ ଆଜି ମୃତ୍ୟୁ ବେଳେ ଶରୀରରେ ଅନେକ ଜାଗାରେ କ୍ଷତ ଚିହ୍ନ ଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି I ପରିବାର ଲୋକଙ୍କ ଅଭିଯୋଗ ଚରଣକୁ ପିଟି ପିଟି ହତ୍ୟା କରାଯାଇଛି।ତେଣୁ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତି ପୂରଣ ଦାବିରେ ଶବକୁ ଛାଡି ନଥିଲେ।ଚରଣର ବୟସ 42 ହୋଇଥିବା ବେଳେ ପରିବାରରେ ସ୍ତ୍ରୀ ଓ ତିନୋଟି ପୁଅ ଝିଅ ଅଛନ୍ତି।ଘଟଣା ବିଷୟରେ ଜାଣିବା ପାଇଁ ଯେତେବେଳେ ସାମ୍ବାଦିକ ବନ୍ଧୁ ମାନେ ଜେଲ ଅଧିକାରୀଙ୍କୁ ଭେଟିବାକୁ ଚାହିଁଥିଲେ ସେ ମନା କରିଥିଲେ।ଯେଉଁଠି କୋଟି କୋଟି ଟଙ୍କାର ସୁନା ରୁପା, କୋକିନ,ଗଂଜେଇ ଚୋରି ରେ ଦୋଷୀ ଖସି ଯାଉଛନ୍ତି ସେଠି ସାମନ୍ୟ ବିସ୍କୁଟ ଚୋରି ଅଭିଯୋଗରେ ଏହି ପରି ଘଟଣା ଘଟିବ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଫଟୋ