Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗଡ଼ିଲା ପରିବାର ନିୟୋଜିତ ସଚେତନତା ରଥ।

କୋକସରା:୧୬/୦୭ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ବିଶ୍ଵ ଜନସଂଖ୍ୟା ଦିବସ ସଚେତନତା ପକ୍ଷ ୧୧ ଜୁଲାଇ ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ସ୍ଥିରତା ପକ୍ଷ ପାଳନ ହେଉଥିବା ବେଳେ ଶନିବାର କୋକସରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ପରିବାର ନିୟୋଜନ ଏକ ସାମାଜିକ ଦାୟିତ୍ୱ, ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପରିବାର ନିୟୋଜନ ସଚେତନତା ପାଇଁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ସବୁଜ ପତାକା ଦେଖାଇ ସଚେତନତା ରଥ କୁ ଉଦଘାଟନ କରିଛନ୍ତି ଏହି ରଥ କୋକସରା ବ୍ଲକ ର ୨୨ ପଞ୍ଚାୟତ ପରିକ୍ରମା କରି ପରିବାର ନିୟୋଜନ।ଉପରେ ଲୋକଙ୍କୁ ସଚେତନ କରାଇବ। ଏହି ଅବସର ରେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କେତନ ପାତ୍ର, ବିପିଏମ ସୁରଜିତ ସିଂ କୁମାର,ଫାର୍ମାସିଷ୍ଟ ସୁଧୀର ଧ. ମାଝୀ, ଭିବିଡିଟିଏସ ଦୁଷ୍ମନ୍ତ ରାଉତ, ସ୍ୱାସ୍ଥ୍ୟ ପରିଦର୍ଶକ ନିଲମଣି ଖମାରି,ମହିଳା ସ୍ଵାସ୍ଥ୍ୟ କର୍ମି ଆଙ୍ଗନୱାଡି, ଆଶା କର୍ମି ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ