Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କଟକରେ କାଳ ସାଜୁଛି ମୁକୁଳା ଟ୍ରେନ, ଗଲା ଆଉ ଜଣଙ୍କ ଜୀବନ

କଟକ: ପୁଣି ଜୀବନ ନେଲା ମୁକୁଳା ଡ୍ରେନ। ଶନିବାର କଟକ ନିମସାହିରେ ଥିବା ଏକ ଡ୍ରେନରେ ଭିତରେ ପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ କଟକ ଝୋଲାସାହି ଅଞ୍ଚଳରେ ଭଡ଼ାରେ ରହୁଥିବା ରାହୁଲ । ତାଙ୍କ ଘର ରାଜସ୍ଥାନରେ ବୋଲି ଜଣାପଡିଛି । ସେ ଏଠି କିଛି ବର୍ଷ ହେବ ଭଡ଼ାରେ ରହି ଷ୍ଟୋଭ୍‌ ମରାମତି କରି ଚଳୁଥିଲେ ।

ସୂଚନା ଅନୁଯାୟୀ, ଲଗାଣ ବର୍ଷା ଯୋଗୁଁ କଟକରେ ଅନେକ ଡ୍ରେନ୍‌ରେ ପାଣିର ସ୍ରୋତ ବଢିବାରେ ଲାଗିଛି । ଶନିବାର କାମ ସାରି ଭଡ଼ା ଘରକୁ ଫେରୁଥିବା ବେଳେ ଦୁର୍ଭାଗ୍ୟବଶତଃ ବିମ୍ବଳେଇ ମନ୍ଦିର ପାର୍ଶ୍ଵ ଦେଇ ଯାଇଥିବା ଏକ ବଡ଼ ଡ୍ରେନ୍‌ରେ ପଡ଼ି ଯାଇଥିଲେ । ଏହି ଘଟଣା କେହି ଦେଖି ପାରିନଥିଲେ । ପ୍ରାୟ ଅଧ ଘଣ୍ଟା ପରେ ବର୍ଷା ଥମିବା ପରେ ତାଙ୍କ ହାତ ଡ୍ରେନ୍ ଉପରକୁ ଦିଶିଥିଲା ।

ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ପରେ ତାଙ୍କୁ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାତ ମାରିବାରୁ ସେ ଡ୍ରେନ୍‌ରେ ପଡିଯାଇଥିବା ଏବଂ ପରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।

More Stories