Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସକ୍ରିୟ ଘୂର୍ଣ୍ଣିବଳୟ, ଝାରସୁଗୁଡ଼ାର କିରମରାରେ ସର୍ବାଧିକ ୨୧୫ ମିମି ବର୍ଷା, ଏହି ସବୁ ଜିଲ୍ଲାକୁ ଅରେଞ୍ଜ/ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ଵର: ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ୧୯ ତାରିଖ ଯାଏ ରାଜ୍ୟରେ ଏହିଭଳି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ାର କିରମରାରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଲଇକେରାରେ ୧୮୪.୮, ଭଦ୍ରକରେ ୧୬୬, କୁଣ୍ଡିାରେ ୧୬୦, ଧାମନଗରରେ ୧୫୦, କୋଲାବିରାରେ ୧୩୯, ଭଣ୍ଡାରୀପୋଖରିରେ ୧୩୮ ମିମି ବର୍ଷା ରେକର୍ଡ କରାଯାଇଛି।

ସେହିପରି ଜଗତସିଂହପୁରରେ ୧୩୨.୬ ମିମି, ଝାରସୁଗୁଡ଼ାରେ ୧୨୧ ମିମି, ଚାନ୍ଦବାଲିରେ ୮୦.୬ ମିମି, ଭୁବନେଶ୍ବରରେ ୪୬.୪ ମିମି, ବାଲେଶ୍ବରରେ ୨୩.୩ ମିମି ଓ ପାରାଦୀପରେ ୧୫.୬ ମିମି ବର୍ଷା ରେକର୍ଡ ହୋଇଛି। ଆଜି ପ୍ରବର୍ଷ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

More Stories