Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାରଂଗପଡା ପଡା ଗାଁ କୁ ବ୍ଲକ ଉପାଧ୍ୟକ୍ଷ ଙ୍କ ପ୍ରୟାସ ରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ।

କୋକସରା:୧୭/୦୭ ସାରଂଗପଡା ଗ୍ରାମବାସୀ ଙ୍କ ଗମନାଗମନ ପାଇଁ ବାଧକ ସାଜିଥିବା ରାସ୍ତା ମରାମତି ଆରମ୍ଭ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ।କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ଧନସରା ରୁ ସାରଂଗପଡା କୁ ସଂଯୋଗ କରୁଥିବା ରାସ୍ତା ଅଳ୍ପ ବର୍ଷା ରେ କାଦୁଅ ହୋଇ ଗ୍ରାମବାସୀ ଙ୍କ ଯାତାୟାତ ପାଇଁ ମୁଖ୍ୟ ସମସ୍ୟା ରହିଥିଲା।ଏନେଇ ଗ୍ରାମବାସୀ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଗତକିଛି ଦିନତଳେ ଅଭିଯୋଗ କରିଥିଲେ,ବ୍ଲକ ଉପାଧ୍ୟକ୍ଷ ତ୍ୱରିତ ପଦକ୍ଷେପ ନେଇ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ଝିପି ଝିପି ବର୍ଷା ସତ୍ତ୍ୱେ ଉପାଧ୍ୟକ୍ଷ ନିଜେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଛନ୍ତି।ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବାପରେ ସ୍ଥାନୀୟ ଜନସାଧାରଣ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ