Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପୋଲ ନିର୍ମାଣ ପରେ ଲାଘବ ହେଲା ସିର୍ଲିଗୁଡା ଅଞ୍ଚଳ ଚାଷି ଙ୍କ ଦୁଃଖ

କୋକସରା:1୭/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଫୁଫ ଗାଁ ପଞ୍ଚାୟତ ସିର୍ଲିଗୁଡା ଚାଷି ଙ୍କ ଦୁଖଃ ଲାଘବ କଲେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ। ସୂଚନା ମତେ ଫୁଫଗାଁ ପଞ୍ଚାୟତ ସିର୍ଲିଗୁଡା ରୁ କିଛି ଚାଷି ଙ୍କ ଚାଷ ଜମି କୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରେ ବାହାଲ ନାଲା ଯୋଗୁ ବର୍ଷା ଦିନ ରେ ଚାଷଜମି କୁ ଯାତାୟାତ ପାଇଁ ନାଲା ର ଅଣ୍ଟାଏ ପାଣି ରେ ଚାଷି ଙ୍କୁ ଯିବାକୁ ପଡୁଥିଲା,ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ଅଞ୍ଚଳ ର ଚାଷି, ଏ ନେଇ ସିର୍ଲିଗୁଡା ଅଞ୍ଚଳ ର ଚାଷି ମାନେ ବ୍ଲକ ଉପାଧ୍ୟକ୍ଷ ଙ୍କୁ ଗତ କିଛିମାସ ତଳେ ଅଭିଯୋଗ କରିଥିଲେ।ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟିରେ ରଖି ନିଜ ପ୍ରୟାସ ରେ ଉପାଧ୍ୟକ୍ଷ ବ୍ଲକ ଅନୁଦାନ ରୁ ନାଳା ର ଗୋଟିଏ ପଟ ରେ ଏକ ପୋଲ ନିର୍ମାଣ ସରିଥିବା ବେଳେ ଆଗକୁ ଆଉ ଏକ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।ସାମୟିକ ଭାବେ ଚାଷ ପାଇଁ ରାସ୍ତା ସୁବିଧା ପାଇଥିବା ବେଳେ ଚାଷି ଙ୍କ ମଧ୍ୟରେ ଖୁସି ଦେଖାଦେଇଛି। ଏନେଇ ଚାଷୀମାନେ ବ୍ଲକ ପ୍ରଶାସନ ,ଅଧ୍ୟକ୍ଷା ରିତା ଅଗ୍ରୱାଲ ଓ ଉପାଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଥିଲେ।