Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଗମ କୂଟରୁ ଗାଁ କୁ ସଂଯୋଗ କରୁଥିବା ପୋଲରେ ଗର୍ତ୍ତ, ମରାମତି କରିବା ପାଇଁ ବନବାସୀ ଙ୍କ ଦାବି।

କୋକସରା/୧୭/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ରେ ରହିଛି ଅନେକ ଦୁର୍ଗମ ଗିରି ଅଞ୍ଚଳ, ତାରି ମଧ୍ୟରେ ରହିଛି ଅନେକ ବନବାସୀ ଗାଁ, ଜଙ୍ଗଲ ପାହାଡ଼ ଘେରା ଦୁର୍ଗମ ଅଞ୍ଚଳ ରେ ବସବାସ କରୁଥିବା ଏହି ବନବାସୀ ଙ୍କ ପାଇଁ ଆଜି ମଧ୍ୟ ଅନେକ ମୌଳିକ ଅଧିକାର ରୁ ବଞ୍ଚିତ ରହିଛନ୍ତି। ସେହିପରି ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କୁଟୁରୁ ରାଜସ୍ୱ ଗ୍ରାମ, ଆମପାଣି।ପଞ୍ଚାୟତ ଠାରୁ ଜାତୀୟ ରାଜପଥ ୨୬ ଆମପାଣି ଘାଟି ଵିରିମୁହାଁଣ ଛକ ରୁ ଜଙ୍ଗଲ ରାସ୍ତା ଦେଇ ୧୨ କିଲୋମିଟର ଘଞ୍ଚ ଜଙ୍ଗଲ ରେ ରହିଛି ଏହି ଗ୍ରାମ। ତେବେ ଗାଁ କୁ ସଂଯୋଗ କରୁଥିବା ରାସ୍ତା ର ବାଟ ରେ ପଡୁଥିବା ଏକ ନାଲା ଦେଇ ଯାତାୟାତ କରିବାକୁ ହୁଏ, ତେବେ ନାଲା ଉପରେ ନିର୍ମାଣ ହୋଇଥିବା ପୋଲ ବର୍ଷା ସ୍ରୋତ ରେ ଦୁର୍ବଳ ହୋଇ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହି ଜଙ୍ଗଲ ମଧ୍ୟରେ କୁଟୁରୁ ଗ୍ରାମ ବ୍ୟତୀତ ରହିଛି ସର୍ଗିପାନୀ, ଲେକାଆମ,ଆନ୍ଧି ଝରଣ ଭଳି ବନବାସୀ ଗାଁ, ପୋଲ ବିପଦ ଅବସ୍ଥାରେ ରହିଥିବା ଫଳରେ ପଞ୍ଚାୟତ କୁ ପିଡ଼ିଏସ ସାମଗ୍ରୀ ନେବାପାଇଁ ଟ୍ରାକ୍ଟର ଅଟୋ ନେଇ ଆସୁଥିବା ହିତାଧିକାରୀ ସମେତ ଏହି ଗ୍ରାମରେ ବସବାସ କରୁଥିବା ବନବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ବ୍ଲକ ପ୍ରଶାସନ ନିକଟରେ ନୂତନ ପୋଲ ପାଇଁ ଦାବି କରାଯାଇଛି ବୋଳି କହିଛନ୍ତି।ଏନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଙ୍କ ପ୍ରତିକ୍ରିୟା ନେବାରୁ କୁଟୁରୁ ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ରାସ୍ତା ନିର୍ମାଣ ହେବା ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି ରହିଛି। ତେବେ ବର୍ତ୍ତମାନ ପାଇଁ ସାମୟିକ ଭାବେ ପୋଲ ମରାମତି କରି ଯାତାୟାତ ର ସୁବିଧା କରାଯିବ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ