Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଟିପି ସେୟାରିଂ ମାମଲା: ପଠାଣି ସାମନ୍ତଙ୍କୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍

ଭୁବନେଶ୍ଵର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ହୋଇଥିବା ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ ଏସଟିଏଫ୍। ଆସନ୍ତାକାଲିଠାରୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣା ପଡିଛି। ଗୁଡୁ ମୁସଲିମ ଲିଙ୍କରେ ଅଧିକ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ସିଲିଗୁଡ଼ି ଥାନାରେ ପଠାଣି ସାମନ୍ତ ନାଁରେ ପୂର୍ବରୁ ମାମଲା ରହିଛି। ଅନ୍ୟପଟେ ରିମାଣ୍ଡ ଅବଧି ସରିବା ପରେ ଝାରପଡ଼ା ଜେଲରେ ପଠାଣି ସାମନ୍ତକୁ ଏନଆଇଏ ଜେରା କରିବ ବୋଲି ଜଣାଯାଇଛି। ପଠାଣି ସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରଙ୍କୁ ଏନଆଇଏ ମୁହାଁମୁହିଁ ଜେରା କରିପାରେ। ହନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ ନେଇ ଅଧିକ ପଚରାଉଚରା ହୋଇପାରେ।

ଅଭିଜିତ କେବେ ଏବଂ କେଉଁ କେଉଁ ସମୟରେ ଆତଙ୍କୀଙ୍କ ସହ କଥା ହୋଇଥିଲା, ଅନ୍ୟ କେଉଁମାନଙ୍କୁ ଆତଙ୍କୀଙ୍କ ସହ ଯୋଡ଼ିଥିଲା ତାର ତଦନ୍ତ କରିବା ପାଇଁ ମୋବାଇଲ ନମ୍ବରଗୁଡ଼ିକର ସିଡିଆର ରିପୋର୍ଟ ମଗାଯାଇଛି। ସେପଟେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ବିସ୍ଫୋରକ ବୟାନ ଦେଇ ସେ ନିର୍ଦ୍ଦୋଷ, ତାଙ୍କୁ ଏହି କେସ୍‌ରେ ଫସାଇ ଦିଆଯାଇଛି ବୋଲି କିଛି ଦିନ ତଳେ କହିଥିଲା ।

ପୂର୍ବରୁ ନୟାଗଡ଼ ଆଇଟିଆଇ ଶିକ୍ଷକ ପଠାଣି ସାମନ୍ତ ଲେଙ୍କାଙ୍କୁ ଟଙ୍କା ଦେଇଥିଲେ । ହେଲେ ସେ ଆଇଏସଆଇ କିମ୍ବା ପାକିସ୍ତାନ ଆର୍ମି ଏଜେନ୍ସି ଅଧିକାରୀଙ୍କ ସହ ଲିଙ୍କ ବିଷୟରେ କିଛି କହିନଥିଲା। ଦେଶର ସୁରକ୍ଷା ସମ୍ବନ୍ଧିତ ପ୍ରସଙ୍ଗ ହୋଇଥିବାରୁ ତଦନ୍ତରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଯୋଡ଼ି ହୋଇ ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ