ଶ୍ୟାମ ମେଟାଳିକସ ରୁ ଚୋରି କରି 2 ଜଣ ଗିରଫ


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନ ଅନ୍ତର୍ଗତ ପଣ୍ଡଲୋଇ ଅନ୍ତର୍ଗତ ଶ୍ୟାମ ମେଟାଳିକସ କାରଖାନା ରୁ ଚୋରି କରି ଦୁଇ ଜଣ ଗିରଫ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଗତ ରବିବାର ଦିନ ରେଙ୍ଗାଲି ଥାନ ଅନ୍ତର୍ଗତ ନିଶାନଭଙ୍ଗା ଗ୍ରାମ ର ମଣ୍ଟୁ ବରବିହା ଓ ଠେଲକଲୋଇ ଥାନ ଅନ୍ତର୍ଗତ ତିଳେଇମାଲ ଗ୍ରାମ ର ସଂଜୟ ନାୟକ ଶ୍ୟାମ ମେଟାଳିକସ କାରଖାନା ରୁ ଏକ ଆଇରନ ପ୍ଲେଟ ଓ 70 କେଜି କ୍ରୋମ ଗ୍ରାଇଣ୍ଡିଙ୍ଗ ବଲ ଚୋରି କରିଥିଲେ। ରେଙ୍ଗାଲି ପୋଲିସ ଉଭୟଙ୍କ ପାଖରୁ ଚୋରି ସାମଗ୍ରୀ ଜବତ କରି ଗିରଫ କରି କୋର୍ଟ ଚାଲାଣ କରିଛି।