Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଲମୁଣ୍ଡା ଅଞ୍ଚଳରେ ପ୍ରବଳ ବର୍ଷା……ରିଂଜା ରେ ଜଳ ଘେରରେ ୧୦ ପରିବାର

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଂଜା ବସ୍ତି ରେ ପ୍ରବଳ ବର୍ଷା ଯୋଗୁଁ ବର୍ଷା ପାଣି ନିଷ୍କାସନ ହେଇନପାରିବାରୁ ଗାଁ ର ପ୍ରାୟ ୧୦ ଟି ପରିବାର ଜଳ ଘେରରେ ରହିଥିବା ଦେଖିବାକୁ ମିଳିଛି। ତେବେ ମଙ୍ଗଳବାର ସକାଳେ ଖବର ପାଇ ବିଡିଓ ସୂଚରିତା ମୁଗ୍ରୀ, ତହସିଲଦାର ମିଳନ କୁମାର ଝାଙ୍କର, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ,ସ୍ଥାନୀୟ ସରପଞ୍ଚ ପଞ୍ଚାନନ ବାଗ,ସମିତି ସଭ୍ୟ ଆନନ୍ଦ ନାଗ ଘଟଣା ସ୍ଥଳରେ ପହଞ୍ଚି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରେଇଥିଲେ।ଏଠାରେ ସୂଚନାଯୋଗ୍ୟ ଯେ କିଛିଦିନ ପୂର୍ବରୁ ଗାଁ ର ଗଣ୍ଡବାହଲି କଟା ପଂଚାୟତ ସମିତି ପକ୍ଷରୁ ର ଗଣ୍ଡବାହଲି କଟା ର ଉନ୍ନତି କରଣ କାର୍ଯ୍ୟ ହୋଇଥିଲା।ଏଥିରେ ଜଳ ନିଷ୍କାସନ ବ୍ୟବସ୍ଥା ନକରି ହିଡ ଗୁଡ଼ିକୁ ଉଚ୍ଚା କରାଯାଇଥିଲା।ଫଳରେ ଗାଁ ର ବର୍ଷା ପାଣି ପୋଖରୀ କୁ ପସି ନ ପାରିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ୧୦ ଟି ଘର ଜଳ ଘେରରେ ରହିବା ସହ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଏନେଇ ଏହି ୧୦ ଟି ପରିବାର ପୋଖରୀ କାମ ଆରମ୍ଭ ସମୟରେ ଡ୍ରେନ ବ୍ୟବସ୍ଥା କରାଯିବା ନେଇ ବ୍ଳକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ଗୁରୁତ୍ୱ ଦେଇନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ କାରି ମାନେ କହିଛନ୍ତି।