Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଜିଲ୍ଲା ପରିଷଦ ସଭ୍ୟା ଙ୍କ ଉଦ୍ୟମ ରେ ହୁଇଲ ଚେୟାର ପ୍ରଦାନ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ବାବୁଛକୁଳି ଗ୍ରାମର ର୍କ ଭିନ୍ନକ୍ଷମ ଝିଅ କୁ ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ନିଜ ପ୍ରଚେଷ୍ଟା ରେ ବ୍ଲକ ପକ୍ଷରୁ ଏକ ହୁଇଲ ଚେୟାର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ରେଙ୍ଗାଲି ବ୍ଲକ ର ବାବୁ ଚକୁଳି ଗ୍ରାମର ବର୍ଷା ଖଡ଼ିଆ ଏକ ଆଠ ବର୍ଷ ର ଭିନ୍ନକ୍ଷମ ଝିଅ। ଏହି ଖବର ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ ଜାଣିବା ପରେ ରେଙ୍ଗାଲି ବିଡ଼ିଓ ଙ୍କୁ କହି ବର୍ଷା ପାଇଁ ଏକ ହୁଇଲ ଚେୟାର ର ବ୍ୟବସ୍ଥା କରିଥିଲେ। ବୁଧବାର ଦିନ ଜିଲ୍ଲା ପରିଷଦ ସଭ୍ୟା, ରେଙ୍ଗାଲି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି, ଅଲେଖ ମହାନନ୍ଦ, ଅମର ମହାନନ୍ଦ ପ୍ରମୁଖ ଙ୍କ ଉପସ୍ଥିତି ରେ ବର୍ଷା କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା।