ନାରାୟଣୀ ସଂସ୍କୃତ ବିଦ୍ୟାଳୟ ରୂପାନ୍ତରିତ କରିବାକୁ ଭୂମି ପୂଜନ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ଏକମାତ୍ର ବଡ ଅଙ୍କରିଆ ସ୍ଥିତ ନାରୟଣୀ ସଂସ୍କୃତ ବିଦ୍ଯାଳୟକୁ ରୂପାନ୍ତରିକରଣ କରିବା ପାଇଁ ରାଜ୍ଯ ସରକାର ୪୫ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ଅର୍ଥରେ ବିଦ୍ଯାଳୟର ସ୍ମାର୍ଟ କ୍ଲାସରୁମ , ଇ-ଲାଇବ୍ରେରୀ , ବଗିଚା , ପାଚେରୀ ପ୍ରମୁଖ ନିର୍ମାଣ କରିବା ପାଇଁ ବ୍ଯୟ କରାଯିବା ଜଣାପଡିଛି । ରାଜ୍ଯ ସରକାର ସଂସ୍କୃତ ବିଦ୍ଯାଳୟ ଗୁଡିକୁ ରୂପାନ୍ତରିକରଣ ଦାଇତ୍ବ ହାତକୁ ନେଇଥିବା ଯୋଗୁଁ ସଂସ୍କୃତ ପ୍ରେମି , ଶିକ୍ଷାପ୍ରେମି , ବୁଦ୍ଧିଯିବି ମହଲରେ ରାଜ୍ଯ ସରକାରଙ୍କୁ କ୍ରୁତଜ୍ଞ୍ଯତା ଜ୍ଞାପନ କରାଯାଇଛି । ଅଞ୍ଚଳବାସୀ ଏହି ସଂସ୍କୃତ ବିଦ୍ଯାଳୟକୁ ରୂପାନ୍ତରିକରଣ କରିପାପାଇଁ ଅନେକ ଦିନରୁ ଦାବି କରି ଆସୁଥିଲେ l ତାହା ସଫଳ ହୋଇଥିବାରୁ ଖୁସିର ବାତାବରଣ ସ୍ରୁଷ୍ଟି ହୋଇଛି । ରୂପାନ୍ତରିକରଣ କରିବା କାର୍ଯ୍ଯକୁ ଆରମ୍ଭ ହେବାପାଇଁ ଆଜି ଯାଲୋଏ ପଞ୍ଚାୟତ ର ନାରାୟଣୀ ସଂସ୍କୃତ ବିଦ୍ଯାଳୟ ବଡଅଙ୍କରିଆ ପରିସରରେ କନିଷ୍ଠ ଯନ୍ତ୍ରୀ ମୁକ୍ତେଶ୍ଵର ମାଝି , ଯାଲୋଏ ସରପଂଚ , ସମିତିସଭ୍ୟ , ୱାର୍ଡ ସଭ୍ଯ , ବିଦ୍ଯାଳୟ ପ୍ରଧାନ ଶିକ୍ଷକ ପଣ୍ଡିତ ଲକ୍ଷ୍ମଣ ପୂଜାରୀ , ସହକାରୀ ଶିକ୍ଷକ ପୀତବାସ ପୂଜାରୀ , ସୁଶାନ୍ତ କୁମାର ପଧାନ , ସତ୍ଯ ନାରାୟଣ ମହାକୁର , ଗୋବିନ୍ଦ ସାହୁ , ସତ୍ଯନାରାୟଣ ମେହେର , ଝଲିଆ ପାତ୍ର ସମେତ ଅନେକ ଗ୍ରାମବାସୀ ଉକ୍ତ ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।