Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

5ଟି ସଚିବ କର୍କଟ ରୋଗୀ ଙ୍କ ଦାବି ପୂରଣ କଲେ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମର କର୍କଟ ରୋଗୀ ଙ୍କ ଦାବି 5 ଟି ସଚିବ ପୁରଣ କରିଛନ୍ତି। ସୂଚନାଯୋଗ୍ୟ ଗତ 15 ତାରିଖ ଦିନ 5 ଟି ସଚିବ ଭି କେ ପଣ୍ଡିଆନ ରେଙ୍ଗାଲି ବ୍ଲକ ଗସ୍ତ ରେ ଆସିଥିଲେ। ଏହି ଗସ୍ତ ରେ 5 ଟି ସଚିବ ଖିଣ୍ଡା ଗ୍ରାମ କୁ ଯାଇଥିବା ବେଳେ ନୂଆ ଖିଣ୍ଡା ଗ୍ରାମ ର କର୍କଟ ରୋଗ ରେ ପୀଡିତ ସରୋଜ ରବନା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ସହାୟତା ପାଇଁ 5 ଟି ସଚିବ ଙ୍କୁ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ 30 ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ବୁଧବାର ଦିନ ରେଙ୍ଗାଲି ତହସିଲଦାର ବେରିସିୟସ ଡୁଙ୍ଗଡୁଙ୍ଗ, ରେଙ୍ଗାଲି ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି, ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ଖିଣ୍ଡା ସରପଞ୍ଚ ସାଧ୍ୟରାଣୀ ପଧାନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ