Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ମାଳାମାଳ ନକଲି ଡାକ୍ତରଙ୍କ ଦ୍ବାରା ଗାଁ ଗାଁରେ ଚାଲିଛି ରୋଗୀ ସେବା।

ଗୋପାଳପୁର,୧୯/୦୭, ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୩୨ ଟି ପଞ୍ଚାୟତ ର ୧୦୪ ଟି ଗାଁ ମଧ୍ୟରୁ ୫୦ ରୁ ଉର୍ଦ୍ଧ୍ବ ଗାଁ ରେ ମାଳମାଳ ନକଲି ଡାକ୍ତର ନିଜର କ୍ଲିନିକ ଖୋଲି ରୋଗୀ ସେବା କରୁଥିବା ଅଭିଯୋଗ ସତ୍ତ୍ୱେ ସ୍ବାସ୍ଥ୍ୟ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହୋଇଛି। ରଙ୍ଗେଇଲୁଣ୍ଡା ବ୍ଲକ ଅଧିନରେ ବସବାସ କରୁଥିବା ପ୍ରାୟ ଅଢେ଼ଇ ଲକ୍ଷ ଲୋକଙ୍କ ନିମନ୍ତେ କେଲୁଆପଲ୍ଲୀ ରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଏହା ଅଧିନରେ ଗୋପାଳପୁର, ଭଞବିହାର, ମନ୍ତ୍ରୀଡି ସମେତ ସୁନାଦେଇ ଠାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି। କିନ୍ତୁ ଅଧିକାଂଶ ସମୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମେତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ରହୁଥିବା ସହ ସମୟ ଅନୁସାରେ ରୋଗୀ ଚିକିତ୍ସା କରାଯାଉଥିବା ଯୋଗୁଁ ଅଞ୍ଚଳର ରୋଗୀ ମାନେ ନକଲି ଡାକ୍ତର ଙ୍କ ସାହାଯ୍ୟ ନେଇ ଆର୍ଥିକ ସମେତ ମାନସିକ ଭାବେ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ବିଶେଷ କରି ଏହି ବ୍ଲକ ଅନ୍ତର୍ଗତ କନିଷି,ରଣ୍ଢା,ଗୋଳନ୍ଥରା, ଇନ୍ଦ୍ରାକ୍ଷି, କେଲୁଆପଲ୍ଲୀ, ବକ୍ସିପଲ୍ଲି,ଗୋଳାବନ୍ଧ , କରାପଲ୍ଲୀ, ସମେତ ଅନେକ ଗାଁ ରେ ନକଲି ଡାକ୍ତର ରହିଥିବା ସହ ଅଞ୍ଚଳରେ ରହିଥିବା ମେଡିସିନ ଷ୍ଟୋର ମାନଙ୍କ ରେ ମଧ୍ୟ ରୋଗୀ ସେବା କରାଯାଉଛି। ଏଥି ସହ ମେଡିସିନ ଷ୍ଟୋର ମାନଙ୍କ ରେ କୌଣସି ଫାର୍ମାସିଷ୍ଟ ରହୁନଥିବା ବେଳେ କେବଳ ସେମାନଙ୍କ ସାର୍ଟିଫିକେଟ ଟି ଦୋକାନ ରେ ଝୁଲୁଥିଲା ବେଳେ ଅନିଭିଞ ଲୋକଙ୍କ ଦ୍ବାରା ରୋଗୀ ଚିକିତ୍ସା ସହ ମେଡିସିନ ଦିଆଯାଉଛି। ଯାହାଫଳରେ ରୋଗୀ ମାନେ ହଇରାଣ ହେଉଛନ୍ତି। ଅନ୍ୟ ପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଞ୍ଚଳରେ ଚାଲୁରହିଥିବା ବେଆଇନ କ୍ଲିନିକ ରେ ଚଢାଉ କରାଯାଇ କାଗଜପତ୍ର ଯାଞ୍ଚ ର ନିୟମ ରହିଥିଲେ ସୁଦ୍ଧା।ଏହା ଠିକ୍ ଭାବରେ କାର୍ଯକାରୀ ହେଉନଥିବା ଦେଖିବାକୁ ମିଳିଛି। ବିଶେଷ କରି ଏହିପରି ବେଆଇନ କ୍ଲିନିକ ମାନଙ୍କ ରେ ଅବାଧ ଗର୍ଭପାତ ପରି କାମ କରାଯାଉଥିବା ବେଳେ ନକଲି ମେଡିସିନ ସହ ଏକ୍ସପାଏରଡ ମେଡିସିନ ମଧ୍ୟ ରୋଗୀ ଙ୍କୁ ଦିଆଯାଉଥିବା ଅଭିଯୋଗ ହେଉଛି।ଗତ ୧ ବର୍ଷ ତଳେ ଏହିପରି ଅଭିଯୋଗ ହେବା ପରେ କନିଷି ତୁଳୁ ରୋଡ଼ ରେ ଥିବା ଏକ ବେଆଇନ କ୍ଲିନିକ ଉପରେ ସ୍ବାସ୍ଥ୍ୟ ବିଭାଗ,କନିଷି ତହସିଲ ଓ ପୁଲିସ ର ମିଳିତ ଚଢାଉ କରାଯାଇ କାଗଜପତ୍ର ଯାଞ୍ଚ ସହ କ୍ଲିନିକ ପରିସରରୁ ସରକାରୀ ଡାକ୍ତରଖାନା କୁ ଦିଆଯାଉଥିବା କେତେକ ଔଷଧ ମଧ୍ୟ ଜବତ କରାଯିବା ସହ କ୍ଲିନିକ କୁ ସିଲ୍ କରାଯାଇ ମାଲିକ ନାମରେ କେସ କରାଯାଇଥିଲା। ଏହାପରେ କ୍ଲିନିକ ମାଲିକ ଜଣଙ୍କ ଉଚ୍ଚ ନ୍ୟାୟାଳୟ ରେ ବେଲ ରେ ଆସିବା ସହ କ୍ଲିନିକ କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ। କିନ୍ତୁ ଏହା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଉ କୌଣସି ବେଆଇନ କ୍ଲିନିକ କିମ୍ବା ମେଡିସିନ ଷ୍ଟୋର ରେ ଚଢାଉ କରାଯାଇ ଯାଞ୍ଚ କରା ଯାଉନଥିବାରୁ ପୁଣିଥରେ ଗାଁ ଗାଁ ରେ ନକଲି ଡାକ୍ତର ଙ୍କ ଦ୍ଵାରା ରୋଗୀ ସେବା ଆରମ୍ଭ କରି ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ୨ ଦିନ ତଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତ ଗାଁ ରେ ନକଲି ଡାକ୍ତର ଙ୍କ ଦ୍ଵାରା ରୋଗୀ ସେବା ଅଭିଯୋଗ ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ମଧ୍ୟ ଅନୁରୂପ ଭାବେ ଚଢ଼ାଉ କରାଯାଇ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।