Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ଛଡ଼ାଯାଇପାରେ ପ୍ରଥମ ବନ୍ୟା ଜଳ

ସମ୍ବଲପୁର: ଉପର ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଫଳରେ ଖୁବଶୀଘ୍ର ହୀରକୁଦ ଜଳଭଣ୍ଡାରରୁ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇପାରେ।  ଗତ ଦିନକରେ ଜଳଭଣ୍ଡାରରେ ଜଳସ୍ତର ୨.୫୦ ଫୁଟ ବଢିଛି।

ଡ୍ୟାମ୍‌ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ବୁଧବାର ୬୦୮.୭୮ ଫୁଟ ଥିବାବେଳେ ଆଜି ଜଳସ୍ତର ୬୧୧.୧୯ ଫୁଟରେ ପହଞ୍ଚିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଇନଫ୍ଲୋ ବଢିବା କାରଣରୁ ଜଳସ୍ତର ବୃଦ୍ଧି ପାଉଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ସୂଚନା ମିଳିଛି । ଫଳରେ ଦିନରେ ଅଢେଇ ଫୁଟ ପାଣି ବୃଦ୍ଧି ପାଇଛି । ଆଗକୁ ଖୁବଶୀଘ୍ର ହୀରାକୁଦ ଜଳଭଣ୍ଡାର ଜଳସ୍ତର ଅଧିକ ବୃଦ୍ଧି ପାଇବ ବୋଲି ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରକାଶ।

ଗତ ବର୍ଷ ଜୁଲାଇ ୧୮ ତାରିଖରେ ହୀରାକୁଦଣ୍ଡ ଜଳଭଣ୍ଡାରରୁ ଗେଟ୍ ନମ୍ବର ସାତ ଜରିଆରେ ପ୍ରଥମ ବନ୍ୟାଜଳ ଛଡ଼ା ଯାଇଥିଲା। ତେବେ ଚଳିତ ବର୍ଷ ଖୁବ୍ ଶୀଘ୍ର ଡ୍ୟାମରୁ ପ୍ରଥମ ବନ୍ୟାଜଳ ଛଡ଼ା ଯାଇପାରେ।