Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର।

କୋକସରା:୨୦/୦୭ କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା,ମାତ୍ର ଦୁଇ ମାସରେ ମୂଳଧନର ୨୦୦-୨୫୦ ପ୍ରତିଶତ ଫେରସ୍ତ ଦେବା ଲୋଭ ଦେଖାଇ ଲୋକଙ୍କୁ ଚୁନା ଲଗାଇ ଫେରାର ମାରିଛି ଜନସନ ଏଣ୍ଡ ଜନସନ ନାମକ ଏକ ସଂସ୍ଥା। ଗତ ତିନି ମାସ ହେବ ଧର୍ମଗଡ଼ ସହର କଲେଜ ରାସ୍ତାରେ ଭଡ଼ା ଘରେ ଏହି କମ୍ପାନୀ ଅଫିସ ଖୋଲିଥିଲା। ଧର୍ମଗଡ଼ ସହରର ଜଣେ ବ୍ୟକ୍ତି ଆଞ୍ଚଳିକ ମୁଖ୍ୟ ଥିଲେ ଏବଂ ଏହି କମ୍ପାନୀରେ ପ୍ରାୟ ୨୦ଜଣ ଯୁବକ କାମ କରୁଥିଲେ। ଯୋଉମାନେ ଗାଁ ଗାଁ ବୁଲି ଲୋକଙ୍କୁ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ଦେଖାଉଥିଲେ। କମ୍ପାନୀର ପଲିସି ଅନୁଯାୟୀ, କମ୍ପାନୀ କୁଆଡେ ଲୋକଙ୍କ ଠାରୁ ଟଙ୍କା ନେଇ ବଦଳରେ ସେମାନଙ୍କୁ ଡ଼ାକ୍ତରୀ ସରଞ୍ଜାମ ଦେଉଥିଲା ଏବଂ ପ୍ରତିଦିନ ଲଗାଣ ଅର୍ଥର ୪/୨୫ ପ୍ରତିଶତ ଟଙ୍କା ଜମା ଦେଉଥିଲା। ଜଣେ ୫୧୦ଟଙ୍କା ବିନିଯୋଗ କଲେ ତାକୁ ତତକ୍ଷଣାତ୍ ୧୧୦ଟଙ୍କା ଜମା ଦେବା ସହ ପ୍ରତିଦିନ ୨୩ଟଙ୍କା ହିସାବରେ ୫୪-୬୦ଦିନରେ ୧୧୫୦-୧୨୦୦ଟଙ୍କା ଫେରସ୍ତ ଦେଉଥିଲା। ୫୧୦୦ଟଙ୍କାରେ ପ୍ରତିଦିନ ୪୦୦ଟଙ୍କା ହିସାବରେ ୬୦ଦିନରେ ୨୪୦୦୦ଟଙ୍କା ଫେରି ପାଇବା ଗ୍ୟାରେଣ୍ଟି ଦେଉଥିଲା। ଗତ ଦୁଇ ଦିନ ହେବ କମ୍ପାନୀ ପକ୍ଷରୁ ଆହୁରି ଅନେକ ଆକର୍ଷଣୀୟ ଅଫର ଘୋଷଣା କରାଯାଇଥିଲା। ଏପରିକି ୩୦୦୦ଟଙ୍କା ବିନିଯୋଗରେ ପ୍ରତିଦିନ ୩୦୦୦ ଟଙ୍କା ୧୫ ଦିନ ପାଇଁ ୪୫ ହଜାର ଟଙ୍କା ଫେରସ୍ତ ଗ୍ୟାରେଣ୍ଟି ଦେଇଥଲା। କରୋନା କାଳରେ ବଡ଼ବଡ଼ କମ୍ପାନୀର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବାବେଳେ କର୍ମଚାରୀ ଛଟେଇ ଜାରି ରହିଛି। ଏପରିସ୍ଥଳେ ଏକ ଅର୍ଥ ଲଗାଣକାରୀର ଏଭଳି ଅଫର ଲୋକଙ୍କୁ ବିସ୍ମିତ କରିବା ସହ କମ୍ପାନୀର ବିଶ୍ୱସନୀୟତା ପ୍ରତି ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଥିଲା । ଏସମ୍ପର୍କରେ ଧର୍ମଗଡ଼ ସ୍ଥିତ କମ୍ପାନୀ ଶାଖା କାର୍ଯ୍ୟାଳୟରେ ବୁଝିବାକୁ ଯିବାବେଳେ କାର୍ଯ୍ୟାଳୟରେ ତାଲା ଝୁଲିବା ସହ କର୍ମଚାରୀ ଫେରାର ମାରିଥିବା ଜଣାପଡିଥିଲା। ଘଟଣା ଜଣାପଡ଼ିବା ପରେ ନିବେଶକମାନେ କାର୍ଯ୍ୟାଳୟ ସମ୍ମୁଖରେ ଭିଡ଼ ଜମାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ