Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ଉପାଧ୍ୟକ୍ଷ ଙ୍କ ପ୍ରୟାସ ରେ ମରାମତି ହେଲା କୁଟୁରୁ ଗାଁ କୁ ସଂଯୋଗ କରୁଥିବା ରପଟା ଗର୍ତ୍ତ।

କୋକସରା:୨୦/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ର ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା କୁଟୁରୁ ଗାଁ କୁ ସଂଯୋଗ କରୁଥିବା ରାସ୍ତା ବାଟରେ ଏକ ରପଟା ରହିଥିବା ବେଳେ ବର୍ଷା ରେ ଧୋଇ ହୋଇ ରପଟା ଉପରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିଲା, ଫଳରେ ଏହି ରାସ୍ତା ଦେଇ କୁଟୁରୁ, ଲେକାଆମ, ସର୍ଗିପାନୀ ଗ୍ରାମର ବନବାସୀ ମାନେ ପିଡ଼ିଏସ ସାମଗ୍ରୀ ଆଣିବା ପାଇଁ ପଞ୍ଚାୟତ କୁ ଯିବା ରେ ,୧୦୮ ଆମ୍ବୁଲାନ୍ସ ଯାତାୟାତ ରେ ପ୍ରତିବନ୍ଧକ ଦେଖା ଦେଇଥିଲା। ଏନେଇ ଓଡିଶା ଡଟ କମ ୱେବ ପୋର୍ଟାଲ ନରେ ଗତ ୧୭ ତାରିଖରେ ଖବର ପ୍ରକାଶିତ ହେବାପରେ ବ୍ଲକ।ପ୍ରଶାସନ ତତ୍ପରତା ଦେଖାଇ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ପ୍ରୟାସ ରେ ରପଟା ଉପର ଗର୍ତ୍ତ କୁ ମରାମତି କରାଯାଇଛି, ଫଳରେ ରାସ୍ତା ରେ ଯାତାୟାତ ପାଇଁ ଉପୁଜିଥିବା ସମସ୍ୟା ର ସମାଧାନ ହୋଇଛି।