Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଟିଲା ଜନଜାତି ଡିଡାୟୀଙ୍କ ଦୁଃଖ,୧୨ ଘଣ୍ଟା ଭିତରେ ଜିଲ୍ଲାପ୍ରଶାସନ ଦେଖାଇଲେ ବିକାଶର ଦ୍ୱାର

ମାଲକାନଗିରି: ଡିଡାୟୀ ଜନଜାତି ବସବାସ କରୁଥିବା ବାୟାପଡାର ଦୁଃଖ ହଟିଲା। ଅଞ୍ଚଳର ସବୁ ଗାଁକୁ ଫିଟିଲା ପୁଣି ରାସ୍ତା । ଏଭଳି ଦୁଃସାଧ୍ୟ ସାଧନ ଦେଖାଇବାରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଦେଖାଇଛନ୍ତି ନିଜର ଦକ୍ଷତା ଓ ସାମାଜିକ ସେବାର ନିଦର୍ଶନ।ଗତ ୫ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମାଲକାନଗିରି ଜିଲ୍ଲା ନାକା ମାମୁଡ଼ି ପଞ୍ଚାୟତର ଗଙ୍ଗା ପଡା ଘାଟି ରାସ୍ତା ପାହାଡ଼ରୁ ଭୁସ୍ଖଳନ ଘଟି ୨୦ ଟି ଗ୍ରାମ କୁ ଯୋଗାଯୋଗ ବିଛିନ୍ନ ହୋଇଥିଲା।କୁଡୁମୁଲୁଗୁମ୍ମା ଠାରୁ ବାୟାପଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଗଙ୍ଗାପଡା ଗାଁ ନିକଟରେ ହୋଇଥିଲା ଭୁସ୍ଖଳନ। ଫଳରେ ପାହାଡ଼ରୁ ପଥର ଓ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇ ବାୟାପଡାଠାରୁ ଗଙ୍ଗାପଡା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା। ଫଳରେ ପଞ୍ଚାୟତର ବାୟାପଡ଼ା ସମେତ ୨୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇତିଲା । ବାୟାପଡା ଘାଟି ଅଞ୍ଚଳରେ ବସବାସ କରୁଥିବା ଗାଁ ଗୁଡ଼ିକର ଲୋକ ମାନେ ଏହି ଘାଟି ରାସ୍ତା ଦେଇ ଯିବା ଆସିବା କରନ୍ତି । ଏହି ଘଟଣା ଜାଣିବା ପରେ ଜିଲ୍ଲାପାଳ ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଘଟଣାସ୍ଥଳକୁ କୁଡୁମୁଲୁଗୁମ୍ମା ତହସିଲଦାର ଅଶୋକ କୁମାର ମୁଦୁଲି,ଡିଡାଇ ପ୍ରକଳ୍ପ ନେତା କିରାନି ନାଏକ,ଫାୟାର ଅଫିସର ଜିତେନ୍ଦ୍ର କୁମାର ବେହେରା,ପ୍ରମୁଖ ଅଧିକାରୀ ନିଜ ଦଳ ବଳ ସହ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ ପରେ ରାସ୍ତାରୁ ମାଟିପଥର ହଟାଇ ବାହ୍ୟ ଜଗତରୁ ବିଚ୍ଛିନ୍ନ ଅଞ୍ଚଳକୁ ୧୨ ଘଣ୍ଟା ମଧ୍ୟରେ ପୁର୍ବ ଅବସ୍ଥାକୁ ଫେରାଇ ଆଣି ଗମନାଗମନକୁ ସୁଗମ କରିବାରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଟ ଯନ୍ତ୍ରୀ ମକାକୁଡ ବାବୁଙ୍କ ଉଦ୍ୟମକୁ ମଧ୍ୟ ସାଧାରଣରେ ପ୍ରଶଂସା କରାଯାଇଛି।ଡିଡାୟୀ ଜନଜାତି ବସବାସ କରୁଥିବା ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ନେଇ ବାୟାପଡା ଘାଟି ପ୍ରତି ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ(ରାଜସ୍ୱ)ତ୍ରିନାଥ ମାଝୀ(ସାଧାରଣ)ଉପ ଜିଲ୍ଲାପାଳ ଡଃ.ଅକ୍ଷୟ କୁମାର ଖେମୁଣ୍ଡି ପ୍ରମୁଖ ଅଧିକାରୀଙ୍କ ନଜର ଓ ତତ୍ୱାବଧାନ ଫଳରେ ୧୨ଘଣ୍ଟା ମଧ୍ୟରେ ଏହି ସଫଳତା ଦେଖାଇବାରେ ମାଲକାନଗିରି ଜିଲ୍ଲାର ସମ୍ମନ୍ୱୟ ଓ ସହଯୋଗ ଯୋଗୁଁ ଏକ ଜନଜାତି ଅଞ୍ଚଳର ବିକାଶର ପ୍ରତିବନ୍ଧକ ଦୂର ହୋଇତିବା ସ୍ୱଷ୍ଟ ହୋଇଛି।ସୂଚନା ଯୋଗ୍ୟଯେ ଗତ କାଲି ମଧ୍ୟ ରାତ୍ରରେ ଏଭଳି ଘଟଣା ଘଟିଥିବା ବେଳେ ୧୨ ଘଣ୍ଟା ମଧ୍ୟରେ ଏହାର ସମାଧାନ ହୋଇଛି। ପ୍ରକାଶ ଥାଉକି ପାହାଡ କାଟି ଗତ ୨ ବର୍ଷ ତଳେ ଏହି ଅଭିନବ ରାସ୍ତା ନିର୍ମାଣ ହୋଇ ଡିଡାୟୀ ଜନଜାତିକୁ ସମାଜରେ ମୂଳ ସ୍ରୋତରେ ସାମିଲ କରିବାକୁ ରାଜ୍ୟ ସରକାର ମହତ ପଦକ୍ଷେପ ଗ୍ରହଣ କରିଥିଲେ।