Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବହୁ ବାଦ ବିବାଦ ଅଭିଯୋଗ ପରେ ବିପିଏମ ଙ୍କ ବଦଳି ହେଲା

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଅବସ୍ଥାପିତ ଥିବା ବିପିଏମ୍ ଙ୍କ ଗତକାଲି କଲେକ୍ଟର ଙ୍କ ପତ୍ର ସଂଖ୍ୟା ୨୭୫/୧୯-୭-୨୦୨୩ ରେ ଯୁଯୁମୁରା ବ୍ଲକକୁ ବଦଳି ହୋଇଛି। ଆଜି ଏନେଇ ବିଡ଼ିଓ ପ୍ରସନ୍ନ କୁମାର ପଟେଲ ଙ୍କୁ ପଚାରିବାରୁ ବଦଳି ନିର୍ଦ୍ଦେଶ ହୋଇଛି, ଆସନ୍ତାକାଲି ଭାରମୁକ୍ତ କରାଯିବ ବୋଲି କହିଥିଲେ।
ସୂଚନା ଯୋଗ୍ୟ ଯେ, ଜମନକିରା ବ୍ଲକ ଅଞ୍ଚଳ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ରାଜ୍ୟ ସରକାର ମିହିଳା ମାନଙ୍କୁ ସଶକ୍ତି କରଣ କରିବା ପାଇଁ ମିଶନ ଶକ୍ତି ଏବଂ ଜୀବିକା ମିଶନ ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ସଂପୃକ୍ତ ଅଧିକାରୀ ବ୍ୟାପକ ଦୁର୍ନୀତି କରୁଥିବା ନେଇ ଗତ ଜୁନ ମାସ ୯ ତାରିଖ ଦିନ ଅନୁଷ୍ଠିତ ସମିତି ବୈଠକରେ ସେଭଳି ଅଭିଯୋଗ ଆଣିଥିଲେ ଜନପ୍ରତିନିଧି। ସେଦିନ ଅନେକ ବିଭାଗ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ଭାବେ ଓଡ଼ିଶା ଜୀବିକା ମିଶନ ଏବଂ ମିଶନ ଶକ୍ତି ଉପରେ ଜନ ପ୍ରତିନିଧି ମାନେ ବିପିଏମ କୃଷି ଯନ୍ତ୍ରପାତି କିଣା, ଟ୍ରାକ୍ଟର କିଣା, କୁକୁଡ଼ା ଚିଆଁ କିଣା, ଅଫିସ କାର୍ଯ୍ୟ ପାଇଁ ଗାଡ଼ି ବ୍ୟବହାର କରିବାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବୈଠକରେ ଗୁରୁତ୍ଵ ଆରୋପ କରାଯାଇ ତୁରନ୍ତ ବଦଳି କରିବା ନେଇ ପ୍ରସ୍ତାବ ଆଗତ କରାଯାଇଥିଲା। ଏଥିସହ ଉକ୍ତ ବିଭାଗରେ ବ୍ଲକର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ସଂପୃକ୍ତ ଅଧିକାରୀଙ୍କୁ ବହୁ ତଥ୍ୟ ପଚରା ଯାଇଥିଲା। ଅଧିକାରୀ ଜଣକ ଭୁଲ ତଥ୍ୟ ଦେଇଥିବାରୁ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ସେ ଦୁର୍ନୀତିରେ ଲିପ୍ତ ଥିବା ନେଇ ଜନପ୍ରତିନିଧି ମାନେ ଆରୋପ କରିଥିଲେ। ସେ ଏଠାରେ ଦୀର୍ଘ ୭ବର୍ଷରୁ ଅଧିକ ଦିନ କାର୍ଯ୍ୟ କରିଥିବା ଯୋଗୁଁ ଦୁର୍ନୀତି ଅଧିକ ହେଇଛି। ତେଣୁ ତାଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି ହୋଇଥିଲା। ସେହି କ୍ରମରେ ଗତକାଲି ସମ୍ବଲପୁର କଲେକ୍ଟର ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ