Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆସନ୍ତାକାଲି ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ଖୋଲାଯିବ ୫ଟି ଗେଟ୍

ଭୁବନେଶ୍ଵର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଆସନ୍ତାକାଲି ହୀରାକୁଦ ଡ୍ୟାମର ୫ଟି ଗେଟ୍ ଖୋଲାଯିବ। ବାମପଟର ୩ଟି ଏବଂ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲାଯିବ। ପ୍ରଥମେ ହୀରାକୁଦ ଡ୍ୟାମର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯିବ। ଏ ନେଇ ଶନିବାର ସୂଚନା ଦେଇଛନ୍ତି ହୀରାକୁଦ ଡ୍ୟାମ୍ ମୁଖ୍ୟଯନ୍ତ୍ରୀ।

ଉପରମୁଣ୍ଡରେ ଲଗାତର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ଜଳସ୍ତର ରହିଛି ୬୧୪.୧୫ ଫୁଟ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୯୧ହଜାର ୨୪୦ ଘନଫୁଟ ପାଣି ପଶୁଥିବା ବେଳେ ୩୯ ହଜାର ୫୮୨ ଘନଫୁଟ ପାଣି ନିଷ୍କାସିତ ହେଉଛି । ଅନ୍ୟପଟେ ଲଘୁଚାପ ପ୍ରଭାବରେ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ମହାନଦୀ ସହ ଦକ୍ଷିଣ ଓଡ଼ିଶାର ନଦୀ ଗୁଡ଼ିକ ଫୁଲି ଉଠିବ।

More Stories