ରେଙ୍ଗାଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ।


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ଚୟନ ହୋଇଛି। ଶନିବାର ଦିନ କତରବଗା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ଶିକ୍ଷକ ସଂଘ ସଭାପତି ରବୀନ୍ଦ୍ର ଗରଡ଼ିଆ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ କାର୍ଯ୍ୟରତ ସଂଘ ର ଅବଧି ପୁରୀ ଯାଇଥିବାରୁ ଏହି ସଂଘ କୁ ଭଙ୍ଘ କରି ନୂତନ ସଂଘ ଗଠନ କରିବାକୁ ପ୍ରସ୍ତାବ ନିଆଯାଇ ଭୋଟ ମାଧ୍ୟମରେ ନୂତନ ସଂଘ ଗଠନ କରାଯାଇଥିଲା। ନୂତନ ସଂଘ ର ସଭାପତି ଭାବରେ ସରୋଜ କୁମାର ସାହୁ ଓ ସମ୍ପାଦକ ଭବରେ ଲିଙ୍ଗରାଜ ଦୀପ ନିର୍ବାଚିତ ହୋଇଥିଲେ। ଏହି କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।