Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଖବର ପ୍ରକାଶିତ ପରେ ବ୍ଲକ ଉପାଧ୍ୟକ୍ଷ ଙ୍କ ଉଦ୍ୟମ ରେ ଆରମ୍ଭ ହେଲା ଡେଙ୍ଗାଗୁଡା ରାସ୍ତା ମରାମତି କାର୍ଯ୍ୟ।

କୋକସରା:୨୨/୦୭ କୋକସରା ବ୍ଲକ ଜାତୀୟ ରାଜପଥ ୨୬ ବୋବରିଆ ଛକ ରୁ ଡେଙ୍ଗାଗୁଡା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତା ଶୋଚନୀୟ ହୋଇପଡିଥିବା ନେଇ ଗତକିଛି ଦିନତଳେ ବିଭିନ୍ନ ଖବରକାଗଜ ରେ ଖବର ପ୍ରକାଶିତ ପରେ ତତ୍ପରତା ଦେଖାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାସଂସ୍ଥା। କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ ଓ କାର୍ଯ୍ୟ ପାଇଁ ଟେଣ୍ଡର ପାଇଥିବା ଠିକାସଂସ୍ଥା ସହିତ କଥା ହୋଇ ବର୍ଷା ଦିନ ପାଇଁ ସାମୟୀକ ଭାବେ ରାସ୍ତା ମରାମତି କରିବାକୁ ଠିକାସଂସ୍ଥା କୁ ଅନୁରୋଧ କରିଥିଲେ। ଠିକାସଂସ୍ଥା ପକ୍ଷରୁ ଶନିବାର ଠାରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବର୍ଷା ଦିନ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ହେବାନେଇ କନିଷ୍ଠ ଯନ୍ତ୍ରୀ କହିଛନ୍ତି। ମରାମତି।କାର୍ଯ୍ୟ ତଦାରଖ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁରେଶ ବରିହା ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ପହଞ୍ଚି ମରାମତି କାର୍ଯ୍ୟ ଦେଖିଛନ୍ତି।ଏହି ସମୟରେ ବୋବରିଆ ଓ ଡେଙ୍ଗାଗୁଡା ଅଞ୍ଚଳ ର ଲୋକେ ଉପସ୍ଥିତ ରହି ରାସ୍ତା ମରାମତି ପାଇଁ ତ୍ୱରିତ ପଦକ୍ଷେପ ନେଇଥିବାରୁ ବ୍ଲକ ଉପାଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଉପାଧ୍ୟକ୍ଷ ଙ୍କ ସହ ସଞ୍ଜୟ ସିଙ୍ଘଲ,ସୋନୁ ଅଗ୍ରୱାଲ,ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।