ସମ୍ବଲପୁର:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବl ସୁବର୍ଣ୍ଣପୁର ଏବଂ ଧମାର ଦୁଇଜଣ ମହିଳା ପିଡିତାଙ୍କୁ ଏବି ପୋଜିଟିବ୍ ରକ୍ତର ଆବଶ୍ୟକତା ପଡ଼ିଥିଲା l ରକ୍ତ ଭଣ୍ଡାରରେ ଏବି ପୋଜିଟିବ ରକ୍ତ ନ ଥିଲା।ତେଣୁ ସମ୍ବଲପୁର ପୋଲିସର ମୋ ସରକାର ୫ଟି ସେଲ କୁ ରକ୍ତ ପାଇଁ ଯୋଗାଯୋଗ କରାଯାଇଥିଲା l ଖବର ପାଇ ସମ୍ବଲପୁର ପୋଲିସର ବାବୁଲି ବେହେରା ଏବଂ ଦୀପକ ପିଙ୍ଗଙ୍କୁ ପୋଲିସ ବିଭାଗର ଅଗ୍ରଣୀ ସମାଜସେବୀ ରାମଦାସ ପଣ୍ଡା ରକ୍ତଭଣ୍ଡାର କୁ ନେଇ ରକ୍ତଦାନ କରେଇଥିଲେ l ବାବୁଲି ଏବଂ ଦୀପକ ନିୟମିତ ରକ୍ତଦାତା ଅଟନ୍ତି l ଉଭୟ ରକ୍ତଦାତା ଏବି ପୋଜିଟିଭ୍ ରକ୍ତଦାନ କରି ୨ ଜଣ ଭିନ୍ନ ରୋଗରେ ପିଡିତାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇବାରେ ନିଜର ମହାନୁଭବତା ଦେଖାଇଛନ୍ତି। ଏଥିପାଇଁ ସବୁ ମହଳରୁ ଏବେ ଉଭୟ ରକ୍ତଦାତାଙ୍କ ନିକଟକୁ ଆସୁଛି ପ୍ରଶଂସା ସୁଅ।
୨ ମହିଳା ପିଡିତାଙ୍କୁ ରକ୍ତଦାନ କଲେ ୨ ପୋଲିସ: ଛୁଟୁଛି ପ୍ରଶଂସାର ସୁଅ
