Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ ମହିଳା ପିଡିତାଙ୍କୁ ରକ୍ତଦାନ କଲେ ୨ ପୋଲିସ: ଛୁଟୁଛି ପ୍ରଶଂସାର ସୁଅ

ସମ୍ବଲପୁର:ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବl ସୁବର୍ଣ୍ଣପୁର ଏବଂ ଧମାର ଦୁଇଜଣ ମହିଳା ପିଡିତାଙ୍କୁ ଏବି ପୋଜିଟିବ୍ ରକ୍ତର ଆବଶ୍ୟକତା ପଡ଼ିଥିଲା l ରକ୍ତ ଭଣ୍ଡାରରେ ଏବି ପୋଜିଟିବ ରକ୍ତ ନ ଥିଲା।ତେଣୁ ସମ୍ବଲପୁର ପୋଲିସର ମୋ ସରକାର ୫ଟି ସେଲ କୁ ରକ୍ତ ପାଇଁ ଯୋଗାଯୋଗ କରାଯାଇଥିଲା l ଖବର ପାଇ ସମ୍ବଲପୁର ପୋଲିସର ବାବୁଲି ବେହେରା ଏବଂ ଦୀପକ ପିଙ୍ଗଙ୍କୁ ପୋଲିସ ବିଭାଗର ଅଗ୍ରଣୀ ସମାଜସେବୀ ରାମଦାସ ପଣ୍ଡା ରକ୍ତଭଣ୍ଡାର କୁ ନେଇ ରକ୍ତଦାନ କରେଇଥିଲେ l ବାବୁଲି ଏବଂ ଦୀପକ ନିୟମିତ ରକ୍ତଦାତା ଅଟନ୍ତି l ଉଭୟ ରକ୍ତଦାତା ଏବି ପୋଜିଟିଭ୍ ରକ୍ତଦାନ କରି ୨ ଜଣ ଭିନ୍ନ ରୋଗରେ ପିଡିତାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇବାରେ ନିଜର ମହାନୁଭବତା ଦେଖାଇଛନ୍ତି। ଏଥିପାଇଁ ସବୁ ମହଳରୁ ଏବେ ଉଭୟ ରକ୍ତଦାତାଙ୍କ ନିକଟକୁ ଆସୁଛି ପ୍ରଶଂସା ସୁଅ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories