Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ମନ୍ଦିର ରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ।

କୋକସରା ବ୍ଲକ କୋକସରା ସଦର ମହକୁମାର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ସଂକୁଳ ସ୍ତରୀୟ ମାନସାଙ୍କ ପ୍ରସୂନ ଗଣିତ କର୍ମଶାଳା ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ଶିଶୁ ମନ୍ଦିର ସଭାପତି ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ବିଶ୍ୱଜୀବନ ପାଢ଼ୀ,ପ୍ରଧାନ ଆଚାର୍ଯ୍ୟ ବିଜମରା ସରସ୍ୱତୀ ଶିଶୁ ମନ୍ଦିର
ରଘୁନାଥ ଶବର ଉପସ୍ଥିତ ରହିଥିବା ବେଳେ ବୈଦିକ ଗଣିତ ପ୍ରଶିକ୍ଷକ ଭାବେ ଆଚାର୍ଯ୍ୟ ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ବଟକୃଷ୍ଣ ପଣ୍ଡା,ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ଅଜୟ କୁମାର ପଣ୍ଡା, ଆଚାର୍ଯ୍ୟ ମୁଖୀଗୁଡା ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀମତୀ ସୁଜାତା ଶତପଥୀ ଯୋଗଦାନ କରି ବୈଦିକ ଗଣିତ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।କାର୍ଯ୍ୟକ୍ରମ କୁ କୋକସରା ସରସ୍ୱତୀ ଶିଶୁ ମନ୍ଦିର ର ଗୁରୁଜୀ, ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ