Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାହିତ୍ୟ ଘରର ମେଗା ବୃକ୍ଷ ରୋପଣ ଉଦଯାପନ ଦିବସରେ ଯୋଗ ଦେଲେ ବହୁ ମହିଳା ଓ ଶିଶୁ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ପୁରୁଣାପାଣି ଗ୍ରାମରେ ସମ୍ବାଦ ସାହିତ୍ୟ ଘର ଓ ବୀଣାପାଣି କ୍ଳବ ପକ୍ଷରୁ ଆୟୋଜିତ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନ ଦିବସରେ ଫୁଟବଲ୍ ପଡିଆର ଖାଲି ଥିବା ଚତୁଃ ପାର୍ଶ୍ଵରେ ପ୍ରାୟ ତିନି ଶହ ବିଭିନ୍ନ ପ୍ରଜାତିର ଚାରା ଲଗାଇବାରେ ଅଙ୍ଗନୱାଡ଼ି ଓ ପ୍ରଥମ ପଢ଼ୁଥିବା ଦୁଇ ଶିଶୁ ତାପସ କିସାନ ଓ ଲିପନ କିସାନ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ। ସେମାନେ ତାଙ୍କ ସମ୍ପର୍କୀୟଙ୍କ ସହ ଆସି ତିନୋଟି ଲେଖାଏଁ ଚାରା ରୋପଣର ଆନନ୍ଦ ମଧ୍ୟ ନେଇଥିଲେ। ଏଥିସହ ଯୁବକ ସଂଘ ସଦସ୍ୟମାନଙ୍କ ସହ ବହୁ ସଂଖ୍ୟକ ମହିଳା ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୁଚିଣ୍ଡା ଶାଖା ସାହିତ୍ୟ ଘରର ସଭାପତି ତଥା ପ୍ରକୃତିବନ୍ଧୁ ସୁବାସଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ଝାରସୁଗୁଡ଼ା ଜିଲ୍ଲାର ସାହିତ୍ୟ ଘରର ସଭ୍ୟ ତଥା ସାମାଜିକ କର୍ମୀ ପ୍ରେମ ସାଗର ଦେହେରିଆ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଚାରା ରୋପଣ କରିଥିଲେ। ଏଥିସହ ବୃକ୍ଷ ରୋପଣରେ ସ୍ଵେଚ୍ଛସେବୀଙ୍କ ସ୍ଵତଃସ୍ଫୁର୍ତ୍ତ ଯୋଗଦାନ ପାଇଁ ବଧେଇ ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଳବର ସଭାପତି ଧନେଶ୍ଵର କିଷାନ, ଦୁଃଖବନ୍ଧୁ ସାହୁ, ମହିଳା କର୍ମୀ ଲିଲମା ମାଝୀ, ପ୍ରେମଲତା ଖିଚିଡି, ଗୌରୀ ପଟେଲ, ପଙ୍କଜିନୀ ନାଏକ, ରିତା ନାଏକ, ଶକୁନ୍ତଳା ନାଏକ, ଉର୍ମିଳା ଗଉଡ , ଯଶୋବନ୍ତି ଭଇଁଷା, ପ୍ରିୟଙ୍କା ପୋଢ, ପାର୍ବତୀ କିଶାନ, କନ୍ଦର୍ପ ପଟେଲ, ଲେଲିନ କିଶାନ, ସୁମନ କିଶାନ, ଏଗନାସ୍ କିସାନ, ରାଜୁ କିସାନ, ରାଜା ଖିଚୀଡି, ରଜନୀକାନ୍ତ କିଶାନ, ମନିସ କିଶାନ, ମହେଶ କିସାନ, ରାକେଶ କିସାନ,କ୍ରିଷ୍ଣା କିସାନ, ପୁରନ୍ଦର କିସାନ, ଦିନେଶ ମାକର, ଗଙ୍ଗାସାଗର ପଟେଲ, କୁମରମଣି ମାକର, ଠଣସୁନ୍ଦର କିସାନ, ଘନଶ୍ୟାମ କିସାନ, ତନୟ ବାଘ, ଅଜିତ କିସାନ, ଜିତ ଭଞ୍ଜ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଆଗାମୀ ଦିନରେ ପ୍ରତ୍ୟେକଙ୍କ ଘର ବାଡ଼ିରେ ଚାରା ଲଗାଯିବ ବୋଲି ସ୍ଥିର ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ