ସମ୍ବଲପୁର ବିଜେପି ର ରେଙ୍ଗାଲି ମଣ୍ଡଳୀ ସ୍ତରୀୟ ଗରିବ କଲ୍ୟାଣ ସମାବେଶ


ସମ୍ବଲପୁର ବିଜେପି ପକ୍ଷରୁ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରେଙ୍ଗାଲି ମଣ୍ଡଳ ସ୍ତରୀୟ ଗରିବ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।
ଏହି ବୈଠକ ରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ହିତାଧିକାରୀ ଙ୍କ ସମେତ ସାଧାରଣ ଜନତା, ବିଜେପି ସମର୍ଥକ ସାମିଲ ହୋଇ ସମସ୍ତ ବିଷୟରେ ସବିଶେଷ ବିବରଣୀ ଗ୍ରହଣ କରିଥିଲେ । ମୋଦୀ ସରକାର ର ଯୋଜନା ଗୁଡିକ ସମାଜ ର ସମସ୍ତ ବର୍ଗ ର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ରହିଛି । ଦେଶ ରୁ ଦାରିଦ୍ର୍ୟ କୁ ମୂଳୋତ୍ପାଟନ କରି ଏକ ବିକଶିତ ରାଷ୍ଟ୍ର ଗଠନ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଦ୍ବାରା କରାଯାଇଥିବା ବିଭିନ୍ନ ଜନକକଲ୍ୟାଣକାରି ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ।
ରେଙ୍ଗାଲି ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ଯ ସାଧାରଣ ସଂପାଦକ ରବିନାରାୟଣ ନାୟକ , ରାଜ୍ଯ ସଂପାଦକ ଟଙ୍କଧର ତ୍ରିପାଠି , ରାଧେଶ୍ୟାମ ବାରିକ, ଆଶିଷ ହୋତା, ସୁଶିଲ କର , ସୁଧୀର ଗୁପ୍ତା, ସୁଶମା ସାହୁ , ନରେନ୍ଦ୍ର ମିଶ୍ର, ଦେବେନ୍ଦ୍ର ନାୟକ , ବିଶିକେଶନ ପଣ୍ଡା , ଅର୍ଜୁନ ନାୟକ , ଅଶୋକ ନାୟକ , ଉତ୍ତମ ବିଶ୍ବାଳ , ତିରୋଜ ହେଡେଞ୍ଜା , ସରୋଜ ମେହେର , ପ୍ରଶାନ୍ତ ବାରିକ , ନବୀନ ପଧାନ , ଜୟରାମ କିଶାନ ପ୍ରମୁଖ ଉପସ୍ଥିତ ଜନସାଧାରଣ, ପଦାଧିକାରୀ ଓ କର୍ମୀ ମାନଙ୍କୁ ସମସ୍ତ ବିଷୟରେ ଅବଗତ କରାଇଥିଲେ ।