Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଟି ନଦେବାରୁ ଛୁରି ରେ ଭୁସିଦେଲେ…ଗେଲ କମ୍ପାନୀ କର୍ମଚାରୀ ଗୁରୁତ୍ୱର..

ଲକ୍ଷ୍ମୀପୁର.୨୩।୦୭ ଲକ୍ଷ୍ମୀପୁର ରେଲଓ୍ଵେ କଲୋନୀ ରାସ୍ତା ରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।
ଗୁରୁତର ଆହାତ ବ୍ୟକ୍ତି ହେଲେ ଗେଲ୍ ଇଣ୍ଡିଆ ଗ୍ୟାସ୍ କମ୍ପାନିର ସାଇଡ୍ ସୁପରଭାଇଜର ଆର.ପି ସିଂ ବୋଲି ଜଣା ପଡିଥିବା ବେଳେ ଦାଦା ବଟି ମଗାକୁ ନେଇ ତୁମୁଳକାଣ୍ଡ ଘଟିଥିବା ଜଣା ପଡିଛି।ଉକ୍ତ କର୍ମଚାରିଙ୍କ ଦେହରେ ୫୦ରୁ ଉର୍ଦ୍ଧ ସ୍ଥାନରେ ଛୁରି ଓ ବିଅର ବୋଟଲରେ ଭୁସା ଜାଇଥିବା ଜଣା ପଡିଥିବା ବେଳେ ପଛପଟ ବେକରେ ଗଭିର ଆଘାତ ଥିବା ଦେଖିବାକୁ ମିଳିଛି।ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଜାଇଛି।
ଏନେଇ ଲକ୍ଷ୍ମୀପୁର ଥାନାରେ କୋଣସି ଅଭିଯୋଗ ହୋଇ ନଥିବା ପୋଲିସ୍ କହିଥିବା ବେଳେ ଦିନ ଦିପହରେ ବିଚ୍ ରାସ୍ତା ଉପରେ ମରଣାନ୍ତକ ଆକ୍ରମଣର ଭିଡିଓ ଓ ଫଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପୋଲିସ ଅବଗତ ଥାଇ ମଧ୍ୟ ନିଜ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଗୁରୁତରଙ୍କ ଲିଖିତ ଅଭିଯୋଗକୁ ଜଗି ବସିଛି।ପ୍ରକାସ ଥାଉକି ଏହା ପୁର୍ବରୁ ତିନିଥର ଲକ୍ଷ୍ମୀପୁର ଓ କାକିରିଗୁମା ଥାନାରେ ଦାଦା ବଟି ମଗା ଯାଉଥିବା ଅଭିଯୋଗ ହୋଇଥିଲା ବେଳେ ପୋଲିସ ସେତେଟା ଗୁରୁତର ସହ ନେଇ ନଥିବାରୁ ଆଜି ଏଇ ଭଳି ଏକ ବଡ ଧରଣର ଘଟଣା ଘଟି ଜାଇଛି ଵୋଲି କମ୍ପାନି ତରଫରୁ ଶୁଣି ବାକୁ ମିଳିଛି।ବର୍ତମାନ ଏଇ ଘଟଣାରେ ୪ ଜଣ ଯୁବକ ସାମିଲ ଥିବା ସାଧାରଣରେ ଚର୍ଚା ଯୋର ଧରିଥିବା ବେଳେ ପୋଲିସ ର କାର୍ଯ୍ୟ କୁ ସାଧାରଣ ରେ ଅସନ୍ତୋଷ ଦେଖା ଦେଇଛି… ଲକ୍ଷ୍ମୀପୁର ଭଳି ଶାନ୍ତ ଶିଷ୍ଟ ଅଂଚଳ ରେ ଗତ କିଛି ମାସ ହେଲା ଏଭଳି ଛୁରା ଭୁଷା ଭୁସି ଘଟଣା କ୍ରମନ୍ୱୟ ରେ ହେବାକୁ ନେଇ ଲୋକେ ଭୟ ଭିତରେ ରହୁ ଛନ୍ତି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ