5T ସ୍କୁଲ ନିର୍ମାଣ ପାଇଁ ଦରଲୀପଡା ଠାରେ ଭୂମିପୂଜନ ଓ ଭିତ୍ତିପ୍ରସ୍ତର ଉତ୍ସଵ, ଯୋଗଦେଲେ ଜନ ପ୍ରତିନିଧି ଓ ଅଧିକାରୀ।

କୋକସରା:୨୪/୦୭ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଦରଲୀପଡା ନିକଟରେ 5T ଯୋଜନାରେ ଉଚ୍ଚ ବିଦ୍ୟାଳୟ ନିର୍ମାଣ ପାଇ ଆଜି ଭୂମିପୂଜନ ଉତ୍ସଵ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୋୖଷଧି ବାଗ ଯୋଗଦେଇ ଭୂମିପୂଜନ ସହ ଭିତ୍ତିପ୍ରସ୍ତର ଉଦଘାଟନ କରିଛନ୍ତି। ଏହି ଅବସର ରେ ଆୟୋଜିତ କାର୍ଯ୍ୟକ୍ରମ କୁ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁର୍ବତନ ମନ୍ତ୍ରୀ ତଥା କଳାହାଣ୍ଡି ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ,କୋକସରା ବ୍ଲକ ଉପାଧ୍ୟକ୍ଷ ଯୁବନେତା ରାଜୀବ ଅଗ୍ରୱାଲ, ଧର୍ମଗଡ ବିଧାନସଭା ସଭାପତି ମାନସ ରଞ୍ଜନ ବାଗ, ଦଣ୍ଡପାଟ ଅଞ୍ଚଳ ର ଆଦିବାସୀ ଯୁବ ସମାଜସେବୀ ଭବେଶ ଗଇନ୍ତା,ତହସିଲଦାର ଦେବବ୍ରତ କରାଟି, ବିଡ଼ିଓ ଉତ୍ତମ ବାଗ, ସରପଞ୍ଚ ଡୁଡୁକାଠେଙ୍ଗା ହରିପ୍ରିୟା ନାଗ,ସମିତି ସଭ୍ୟା ପାର୍ବତୀ ବାଗ, ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ ଉପସ୍ଥିତ ରହି ନୂତନ 5T ବିଦ୍ୟାଳୟ ପାଇଁ ରାଜ୍ୟ ସରକାର ଉପାନ୍ତ ଅଞ୍ଚଳ କୁ ଦୃଷ୍ଟି ଦେଇ ଛାତ୍ରଛାତ୍ରୀ ଙ୍କ ପାଇଁ ଶିକ୍ଷା ର ମାନ ବୃଦ୍ଧି ପାଇଁ ଏହି ସ୍କୁଲ ସହାୟକ ହେବ ବୋଲି କହିଛନ୍ତି। ତେବେ ସ୍କୁଲ ନିର୍ମାଣ ପାଇଁ ଦୁଇଜଣ ବୃଦ୍ଧା ଭଉଣୀ ଧୋବେନପଡା ଗ୍ରାମର ଶ୍ରୀମତୀ ପୂର୍ଣ ମୁଲକିଆ ଓ ଦରଲୀପଡା ଗ୍ରାମର ବେଳମତି ମାଝୀ ୨୫ ଡେଶମିଳ ଜମିଦାନ କରି ଆଗାମୀ ପିଢ଼ି ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କ ନିଃସ୍ୱାର୍ଥପର ଅବଦାନ ପାଇଁ ଉପସ୍ଥିତ ଅତିଥିମାନେ ଦୁଇ ବୃଦ୍ଧା ଙ୍କୁ କୃତଜ୍ଞତା ଜଣାଇବା ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ କୁ ଖଗେଶ୍ୱର ପାଣିଗ୍ରାହୀ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। ଦରଲୀପଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତ୍ରିଦଶ ନାଏକ, ଶିକ୍ଷକ କୁମୁଦ ଚନ୍ଦ୍ର ଚଣ୍ଡି, ଦିବ୍ୟ ରଞ୍ଜନ ମୁଣ୍ଡ, ଜ୍ଞାନ ରଞ୍ଜନ ମୁଣ୍ଡ,ଦିଲୀପ ଧରୁଆ,ସୁଧା ପୁରୋହିତ ଓ କର୍ମଚାରୀ ସମେତ ଦରଲୀପଡା ଗ୍ରାମର ମା ଗଙ୍ଗାମାଇଁ ସାଂସ୍କୃତିକ ଅନୁଷ୍ଠାନ ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠି ର ମହିଳା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।