Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନ ଏଲ ସି ର ରାଜ୍ୟ ରାଜପଥ ଅବରୋଧ ବିରୁଦ୍ଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ତାଲାବିରା 2 ଓ 3 କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନ ଏଲ ସି କମ୍ପାନୀ ର ମାନମୁଖୀ ଓ ଦାଦାଗିରି ବିରୁଦ୍ଧରେ ଖିଣ୍ଡା ସରପଞ୍ଚ ଜିଲ୍ଳାପାଳ ଙ୍କୁ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ତାଲାବିରା 2 ଓ 3 କୋଇଲା ଖଣି ଖନନ କାର୍ଯ୍ୟ କରୁଥିବା ଏନ ଏଲ ସି କମ୍ପାନୀ ର ଭାରି ଯାନ ଗୁଡିକ ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ୱେ କୁ ଦୁଇପାର୍ଶ୍ଵ ରୁ ବେଆଇନ ଭାବରେ ଅବରୋଧ କରି ରଖୁଛନ୍ତି। ଫଳରେ ଏହି ରାସ୍ତା ରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ବହୁ ଅସୁବିଧା ହେଉଛି। ବହୁ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। କମ୍ପାନୀ କୁ ଯେତେ ନେହୁରା ହେଲେ ମଧ୍ୟ କମ୍ପାନୀ ଶୁଣୁନାହିଁ। କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରପଞ୍ଚ ସଂଧ୍ୟାରାଣୀ ପଧାନ, ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ ଓ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ