Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କାର୍ଯ୍ୟାଳୟ ଠାରେ ସମ୍ବଲପୁର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ସୋମବାର ଦିନ ଅନୁଷ୍ଠିତ ଏହି ଶିବିରରେ ରେଙ୍ଗାଲି ବ୍ଲକ ର ସମସ୍ତ ପଞ୍ଚାୟତ ରୁ ପ୍ରାୟ 139 ଟି ଅଭିଯୋଗ ଆସିଥିଲା। ଏହି ଶିବିରରେ ଅଧିକାଂଶ ଅଭିଯୋଗ ଭତ୍ତା, ଘର, ରାସ୍ତା, ଆଦିର ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ଶୁଣାଣି ଶିବିର ରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ଏସ ଡି ପି ଓ ପ୍ରଦୀପ ସାହୁ ଙ୍କ ସହ ସି ଡି ଏମ ଓ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ, ବିଡ଼ିଓ , ତହସିଲଦାର ଙ୍କ ସହ ଜିଲ୍ଲା ଓ ବ୍ଲକ ର ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ।
ସୋମବାର ଦିନ ସମ୍ବଲପୁର ଜିଲ୍ଲାପାଳ ଙ୍କ ରେଙ୍ଗାଲି ବ୍ଲକ ପରିଦର୍ଶନ ସମୟରେ ରେଙ୍ଗାଲି ବ୍ଲକ ପଣ୍ଡରୀପାଳି ଗ୍ରାମ ଠାରେ ଏକ ଦୁଗ୍ଧ ଶୀତଲୀକାରଣ କେନ୍ଦ୍ର ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ର ଉଦ୍ଘାଟନ ହେବା ଫଳରେ ରେଙ୍ଗାଲି ବ୍ଲକ ର ପଣ୍ଡରିପାଲି, ଠୁରୁ ପାଳି, ରୁଣୀ ମହୁଲ, ଝାଙ୍କର ପାଳି, କୁସୁମ ଡ଼ିହି, ଲୁଦା ମୁଣ୍ଡା, ଟାମ୍ପରକେଲା ଆଦି ଗ୍ରାମର ଦୁଗ୍ଧ ଚାଷୀ ମନେ ଉପକୃତ ହେବେ। ଏହି ଉଦ୍ଘାଟନୀ ଉତ୍ସବରେ ଜିଲ୍ଲାପାଳ ଅନନ୍ୟା ଦାସ, ସଂଘ ର ସଭାପତି ବିଦ୍ୟାଧର ପଧାନ, ସଂଘ ର ସାଧାରଣ ପରିଚାଳକ ଡା. ସରୋଜ କୁମାର ସାହୁ, ତବଡାବାହାଲ ପଂଚାୟତ ର ସରପଂଚ ମମତା ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ