Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

OCS ୨୦୨୧ ରେଜଲ୍ଟ ଉପରେ ଲାଗିଲା ଅଙ୍କୁଶ, ବିନା ଅନୁମତି ଫଳ ପ୍ରକାଶ ନ କରିବାକୁ HCଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର: ଓଡ଼ିଶା ସିଭିଲ୍ ସର୍ଭିସ ୨୦୨୧ ରେଜଲ୍ଟ ଉପରେ ଲାଗିଲା ଅନ୍ତରୀଣ ଅଙ୍କୁଶ। ରେଜଲ୍ଟ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ। ବିନା ଅନୁମତିରେ ଫଳ ପ୍ରକାଶ ନ କରିବାକୁ ଓଡିଏସସିକୁ ନିର୍ଦ୍ଦେଶ। ଚୟନ ପ୍ରକ୍ରିୟା ଜାରି ରହିଲେ ବି ଫଳ ପ୍ରକାଶ ନ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନକୁ ଗ୍ରହଣ କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହ ଧାର‌୍ୟ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାରେ ସବୁ ପରୀକ୍ଷାରେ କେଳେଙ୍କାରୀର ଗୁମର ଫିଟିବାରେ ଲାଗିଛି। ସେ ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସଓ) ପରୀକ୍ଷା ହେଉ କି ଆକାଉଣ୍ଟ ପରୀକ୍ଷା ବା ଜେଇ(ସିଭିଲ) ମେନ ପରୀକ୍ଷା ସବୁଠି କେଳେଙ୍କାରୀ ଯୋଗୁଁ ପରୀକ୍ଷା ବାତିଲ୍ ହୋଇଛି। ବଡ଼ବଡ଼ିଆମାନେ ଚୁପ୍ ରହିଥିବା ବେଳେ ସରକାର ଗଭୀର ନିଦ୍ରାରେ ଶୋଇଛନ୍ତି। ୮ରୁ ୧୮ ଲକ୍ଷ ଟଙ୍କାରେ ପ୍ରଶ୍ନପତ୍ର ବିକ୍ରି ହେଉଥିବା ଖବର ସାମ୍ନାକୁ ଆସି ସାରିଛି। କେବଳ ଏତିକି ନୁହେଁ ପିଇଓ ଚାକିରି ବିକ୍ରି ହେଉଥିବା ଅଡ଼ିଓ ଭାଇରାଲ୍ ହୋଇଛି। କିନ୍ତୁ ସରକାର ଅଡ଼ିଓର ଖୋଳନାଡ଼ ନ କରି ନିରବ ହୋଇ ବସି ଯାଇଛନ୍ତି। ପ୍ରଶ୍ନପତ୍ର ତ୍ରୁଟି ଓ ଲିକ୍ ପାଇଁ ବର୍ଷକରେ ୪ ପରୀକ୍ଷା ବାତିଲ୍ ହୋଇଛି।