Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲି ରେ ମିନି ଷ୍ଟାଡିୟମ ପାଇଁ ଜିଲ୍ଲାପାଳଙ୍କୁ ଦାବି କଲେ ଜିଲ୍ଲାପାରିଷଦ ସଭ୍ୟା।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ରେଙ୍ଗାଲି ରେ ଏକ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି। ମଙ୍ଗଳବାର ଦିନ ରେଙ୍ଗାଲି ଜୋନ 1 ଜିଲ୍ଲା ପରିଷଦ ସଭ୍ୟା ଚୋଳଶ୍ରୀ ମହାନନ୍ଦ ରେଙ୍ଗାଲି ରେ ଏକ ମିନି ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୋଦିନି ନାୟକ ଙ୍କ ମାଧ୍ୟମ ରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି। ରେଙ୍ଗାଲି ଏକ ଶିଳ୍ପ ସମୃଦ୍ଧ ଅଞ୍ଚଳ ହୋଇଥିବା ବେଳେ କ୍ରୀଡା ର ଉନ୍ନତି ପାଇଁ କୌଣସି ମାଧ୍ୟମ ନାହିଁ। ତେଣୁ ଯୁବପିଢ଼ି ଓ ଛାତ୍ରଛାତ୍ରୀ ଙ୍କ କ୍ରୀଡା ରେ ଭବିଷ୍ୟତ ଉଜ୍ଵଳ କରିବା ପାଇଁ ରେଙ୍ଗାଲି ରେ ଏକ ମିନି ଷ୍ଟାଡିୟମ ପାଇଁ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ