Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟିଆ ଗସ୍ତ ରେ କୃଷି ସଚିବ

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଓଡିଶା ଆନ୍ଧ୍ର ମଧ୍ୟରେ ବିବାଦ ଲାଗିରହିଥିବା କୋଟିଆ ପଞ୍ଚାୟତ ଗସ୍ତ କରିଛନ୍ତି ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ। ଓଡିଶା ସରକାରଙ୍କ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ସ୍ଥାନୀୟ ଚାଷୀଙ୍କ ସହ ଆଲୋଚନା କରି ଫେରିଛନ୍ତି । ସେ ଆଗାମୀ ଦିନରେ ଓଡିଶା ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା କୃଷି ଉତ୍ପାଦନ କେନ୍ଦ୍ର ମାଧ୍ୟମରେ ସ୍ଥାନୀୟ ଚାଷୀଙ୍କୁ ଆତ୍ମ ନିଯୁକ୍ତି ଯୋଜନା କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥିନେଇ ଗସ୍ତ କରିଥିବା ଜଣା ପଡ଼ିଛି। ଉକ୍ତ ଗସ୍ତରେ କୋଟିଆର ଆଦର୍ଶ ବିଦ୍ୟାଳୟ, ଜଗନ୍ନାଥ ମନ୍ଦିର,କୋଲ୍ଡ ଷ୍ଟୋରେଜ,ସ୍ଥାନୀୟ ଚାଷୀଙ୍କ ଦ୍ୱାରା କରାଯାଇଥିବା ଖରିଫ ଆଳୁ ଚାଷ ବୁଲି ଦେଖିଥିଲେ।ଏହାପରେ ସେ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଜନପ୍ରତିନିଧି ଏବଂ ଚାଷୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କୋଟିଆର ରୂପାନ୍ତରଣରେ ଜିଲ୍ଲା ପ୍ରଶାସନ ର ଭୂମିକାକୁ ସେ ପ୍ରସଂଶା କରିଥିଲେ। ଏବଂ ବୈଠକରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଗୁଡ଼ିକୁ ନେଇ ଅବଗତ ହୋଇ ଏହାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ସମୟରେ କୋରାପୁଟ ଜିଲ୍ଲାପାଳ ଅବଦୁଲ୍ ମହମଦ୍ ଅଖତର୍, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ,ସ୍ଥାନୀୟ ସରପଞ୍ଚ ଲିଉ ଗେମେଲ, ପଟ୍ଟାଙ୍ଗି ଜୋନ ୧ ଜିଲ୍ଲାପରିଷଦ ସଦସ୍ୟ ଟିକାଈ ଗେମେଲ ପ୍ରମୁଖ ଉପସ୍ଥିତ ରହିଥିଲେ।
କୋରାପୁଟରୁ ରାଜେନ୍ଦ୍ର ଧଡକା ଙ୍କ ରିପୋର୍ଟ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ