Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଇକ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଚାଳକ ମୃତ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଚିକିତ୍ସାଧୀନ ଅବସ୍ଥାରେ ଚାଳକ ମୃତ
ଜମନକିରା : ଜମନକିରା ଥାନା ଷଣ୍ଢପଥର ଫାଶୀମାଲ ଆରଡି ରାସ୍ତା ହାଇସ୍କୁଲ ପାଖ ବୁଲାଣିରେ ଗତକାଲି ଅପରାହ୍ନ ପ୍ରାୟ ୪ ଘଣ୍ଟା ସମୟରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ହେଲେ ଆଜି ଚାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘଟିଛି।
ସୂଚନା ଅନୁଯାଇ ଟିକିବା ପଞ୍ଚାୟତ ଅନ୍ତର୍ଗତ ରାଙ୍କିବାହାଲ ଗ୍ରାମର ନିରାକାର ପ୍ରଧାନ କୌଣସି କାର୍ଯ୍ୟ ପାଇଁ ଷଣ୍ଢପଥର ଆଡକୁ ନିଜ ବାଇକ (ରେଜିଷ୍ଟେସନ ନ. ଓଡ଼ି ୨୩ ବି ୭୮୭୪) ରେ ଯାଉଥିବା ବେଳେ ଷଣ୍ଢପଥର ଫାଶୀମାଲ ଆରଡି ରାସ୍ତା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା କଡରେ ଲାଗିଥିବା ସିମେଣ୍ଟ ଖୁମ୍ବରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଦୁର୍ଘଟଣା ଫଳରେ ନିରାକାରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ନିରାକାରଙ୍କୁ ପ୍ରଥମେ ଅଗ୍ନିଶମ ବିଭାଗ କର୍ତ୍ତୃପକ୍ଷ ଜମନକିରା ପ୍ରାଥମିକ ସ୍ଵାସ୍ତ୍ୟ କେନ୍ଦ୍ରକୁ ଆଣି ଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ଯୋଗେ ବୁର୍ଲା ମେଡିକାଲ କୁ ଉତ୍ତମ ଚିକିତ୍ସା ପାଇଁ ନିଆ ଯାଇଥିଲା।ହେଲେ ବୁର୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଥିଲା। ଜମନକିରା ପୋଲିସ ଘଟଣା ର ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ