Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବ ଦାସ ହତ୍ୟା ମାମଲା: କୋର୍ଟରେ ହାଜର ହେଲା ଗୋପାଳ ଦାସ

ଝାରସୁଗୁଡା: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ବୁଧବାର ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜଙ୍କ କୋର୍ଟରେ ହାଜର ହୋଇଛି। ଗତ ୧୩ ତାରିଖରେ ଗୋପାଳକୁ ଝାରସୁଗୁଡ଼ା ଜେଏମ୍ଏଫସି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ମାମଲା ଉପର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ବୁଧବାର ଜିଲ୍ଲା ଜଜଙ୍କ କୋର୍ଟରେ ଗୋପାଳର ପ୍ରଥମ ହାଜର ହେବା ପରେ ମାମଲା ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

ଆସନ୍ତା ୮ ତାରିଖରେ ଗୋପାଳ ଦାସକୁ ପୁଣି ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ନିକଟରେ ହାଜର କରାଯିବ । ସେହି ଦିନ ଚାର୍ଜ ଫ୍ରେମ ପରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବ । ଗୋପାଳକୁ କଡା ସୁରକ୍ଷା ବଳୟରେ କଟକ ଚୌଦ୍ୱାରରୁ ଝାରସୁଗୁଡାକୁ ଆଣି କୋର୍ଟରେ ହାଜର କରାଯିବା ପରେ ପୁଣି ତାକୁ ଚୌଦ୍ୱାର ଜେଲକୁ ନିଆଯାଉଛି ।

ଗୋପାଳ ଓକିଲ ଦେବାକୁ ମନା କରିବାରୁ ଷ୍ଟେଟ ଡିଫେନ୍ସ ଓକିଲ ନରେଶ ନାୟକଙ୍କୁ ଗୋପାଳର ମାମଲା ପରିଚାଳନା ପାଇଁ ନିଯୁକ୍ତ କରାଯାଇଛି। ଆସନ୍ତା ୮ ତାରିଖରେ ଗୋପାଳର ପରବର୍ତ୍ତୀ ହାଜିରା ଥିବା ବେଳେ ସେହି ଦିନ ତା ବିରୋଧରେ ଚାର୍ଜ ଫ୍ରେମ ହେବ ବୋଲି ଓକିଲ ଶ୍ରୀ ନାୟକ ସୂଚନା ଦେଇଛନ୍ତି।

ସୂଚନାଯାଗ୍ୟ, ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧିଛକ ନିକଟରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମୟରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲା ପୋଲିସ ଏଏସ୍ଆ‌ଇ ଗୋପାଳ ଦାସ । ଗୁଳି କରିବା ମାତ୍ରେ ବ୍ରଜରାଜନଗର ପୋଲିସ ଗୋପାଳକୁ ତୁରନ୍ତ କାବୁ କରି ନେଇଥିଲା । କାଳ ବିଳମ୍ବ ନକରି ରାଜ୍ୟ ସରକାର ମାମଲାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ଦେଇଥିଲେ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ୍ କୋର୍ଟରେ ଦାଖଲ ହୋଇସାରିଛି । ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲ୍‌ରେ ରଖାଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ