ମାଁ ସମଲେଶ୍ବରୀ ମଲ୍ଟି ୟୁଟିଲିଟି ଭେକିଲ ଓନର ଏସୋସିଏସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ


ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲୋକ ତଲାବିରା କୋଇଲା ଖଣି ରେ ମାଁ ସମଲେଶ୍ବରୀ ମଲ୍ଟି ୟୁଟିଲିଟି ଭେକିଲ ଓନର ଏସୋସିଏସନ ଓ କଲ୍ୟାଣିଟ୍ରସ୍ପୋର୍ଟ ର ମିଲିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ବୁଧବାର ଦିନ କୋଇଲା ପରିବହନ ରାସ୍ତା ରେ ଥିବା ୟୁନିୟନ ଅଫିସ ପ୍ରାଙ୍ଗଣ ରେ ଏହି ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟ ର ଡାକ୍ତର ଆସି 200 ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ଏହି ଶିବିର ଆୟୋଜନ ରେ ଏସୋସିଏସନ ର କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର କିଶୋର ପତି, ସଭାପତି ପଦ୍ମଲୋଚନ ଧର, ସରୋଜ ପଧାନ, ପିତାମ୍ବର ବିଶ୍ୱାଳ, କବିସୂର୍ଯ୍ୟ ରାଉତ, ସୁଶାନ୍ତ ପଧାନ, ପିଣ୍ଟୁ ପଧାନ ଙ୍କ ସହ ଏସୋସିଏସନ ବହୁ ସଭ୍ୟ ସହଯୋଗ କରିଥିଲେ।