Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ତ୍ରୀ କୁ ପେଟ୍ରୋଲ ଢାଳି ପୋଡି ମାରିବା ଅଭିଯୋଗ ରେ ଅଭିଯୁକ୍ତ ସ୍ଵାମୀ କୋର୍ଟ ଚାଲାଣ,ମା କୁ ମୁଖାଗ୍ନି ଦେଲା କୁନି ଝିଅ।

କୋକସରା:୨୭/୦୭ ଯାହାକୁ ସାତ ଜନ୍ମ ର ଜୀବନ ସାଥି କରିବାକୁ ହୋମ ନିଆଁ ରେ ଶପଥ ନେଇଥିଲା ସ୍ୱାମୀ ସେହି ଜୀବନ ସାଥି କୁ ନିଆଁ ରେ ପୋଡି ମାରି ଏବେ ଜେଲ ହାଜତ କୁ ଗଲା ଅଭିଯୁକ୍ତ ସ୍ଵାମୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ଗ୍ରାମରେ। ଗ୍ରାମ ର ବାଲେଶ୍ଵର ନାଗ ଙ୍କ ପୁଅ ଜୟନ୍ତ ନାଗ ଗତ ୨୦୨୦ ରେ କୋକସରା ଥାନା ଅନ୍ତର୍ଗତ ଜୟନ୍ତପୁର ଗ୍ରାମର ଦିପେନ ସାଗର ଙ୍କ ଝିଅ ଉର୍ମିଳା ସାଗର (ପୂଜା) ଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ହେଲେ ବିବାହ ର କିଛିମାସ ହସଖୁସିରେ ଦାମ୍ପତ୍ୟ ଜୀବନ କଟିଥିବା ବେଳେ ପରେ କିନ୍ତୁ ବୈବାହିକ ଜୀବନ ରେ ସ୍ୱାମୀ ଙ୍କ ନିର୍ଯ୍ୟାତନାର ଶିକାର ହୋଇ ଆସୁଥିଲେ ଉର୍ମିଳା। ଏପରିକି ଶାଶୁ ଓ ବଡ଼ଜା ମଧ୍ୟ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ ହୋଇଛି। ଗତ ୨୩ ତାରିଖ ସନ୍ଧ୍ୟାରେ ରେ କୌଣସି କଥା କୁ ନେଇ ଜୟନ୍ତ ସ୍ତ୍ରୀ ଉର୍ମିଳା ଙ୍କ ମଧ୍ୟରେ ମତାନ୍ତର ହୋଇଥିବା ବେଳେ ସ୍ତ୍ରୀ କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିବା ଓ ଏହି କାର୍ଯ୍ୟ ରେ ଶାଶୁ ଓ ବଡ଼ଜା ସହଯୋଗ କରିଥିବା ନେଇ ଅଭିଯୋଗ ହୋଇଛି। ନିଆଁ ରେ ପୋଡି ଉର୍ମିଳା ଙ୍କ ଚିକିତ୍ସାଧୀନ ଅବସ୍ଥା ରେ ଭୁବନେଶ୍ୱର ର ଏମ୍ସ ହସ୍ପିଟାଲରେ ୨୪ ତାରିଖରେ ମୃତ୍ୟୁ ହୋଇଥିବା ବେଳେ ମୃତ ମହିଳା ଙ୍କ ବାପା ଙ୍କ ଅଭିଯୋଗ ପରେ ମଙ୍ଗଳବାର କୋକସରା ପୋଲିସ ଉର୍ମିଳା ଙ୍କ ସ୍ୱାମୀ ଜୟନ୍ତ କୁ ଗିରଫ କରିଥିଲେ। ଅନ୍ୟପଟେ ଭୁବନେଶ୍ବର ରୁ ମୃତ ମହିଳା ଙ୍କ ଶବ ଗାଁ କୁ ପହଞ୍ଚିବା ପରେ ବୁଧବାର ମାଝୀଗୁଡା ଗାଁ ମଶାଣି ରେ ଶୋକାକୁଳ ପରିବେଶ ମଧ୍ୟରେ ମୃତ ମହିଳା ଙ୍କ ୨ ବର୍ଷ ର ଝିଅ ମୁଖାଗ୍ନି ଦେଉଥିବା ଦୃଶ୍ୟ ସମସ୍ତ ଙ୍କୁ ବ୍ୟଥିତ କରିଛି। କୋକସରା ପୋଲିସ ଘଟଣା ରେ ଅଭିଯୁକ୍ତ ଜୟନ୍ତ ନାଗ କୁ ଗିରଫ କରି ବୁଧବାର ସ୍ତ୍ରୀ କୁ ପେଟ୍ରୋଲ ଢାଳି ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଛି। ଏନେଇ କୋକସରା ପୋଲିସ ହତ୍ୟା ମାମଲା ୧୯୩/୨୩ ରୁଜୁ କରି ଘଟଣାର ତଦନ୍ତ ଜାରି ରହିଥିବା ନେଇ ତଦନ୍ତକାରୀ ଅଧିକାରୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି