Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ବୃଦ୍ଧ ଗୁରୁତର।

କୋକସରା:୨୭/୦୭ ଭାଲୁ ଆକ୍ରଣରେ ଜଣେ ବୃଦ୍ଧ ଗୁରୁତର । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପିପଲଗୁଡ଼ା ଗ୍ରାମର ଜଣେ ୬୫ ବର୍ଷୀୟ ବୃଦ୍ଧ ଦେବୀ ସିଂ ମାଝି ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ବୃଦ୍ଧ ଜଣକ ରାଉ ଜଙ୍ଗଲକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି । ତାଙ୍କୁ ପିପଲଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସିତ ପରେ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ