Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୃଷକ ପରିବାର ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର

ସମ୍ବଲପୁର(ବୀରସିଙ୍ଗଗଡ) :ଯୁଯୋମୁରା ବ୍ଲକ ବିରସିଙ୍ଗଗଡ ପଞ୍ଚାୟତର ବିରସିଙ୍ଗଗଡ ଗ୍ରାମରେ କୃଷକ ଓ ସେମାନଙ୍କ ପରିବାରର ସଦସ୍ୟ ସଦସ୍ୟା ମାନଙ୍କ ଉଦ୍ଦେଶ୍ୟରେ ଏକ ବିଶେଷ ସ୍ୱାସ୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏମସିଏଲ ଓ ବାଏଫ ପକ୍ଷରୁ ସ୍ଥାନୀୟ ବନ ସମିତି ପ୍ରାଙ୍ଗଣରେ ପଶୁପାଳନ,ଉଦ୍ୟାନ କୃଷି,ଉଦ୍ୟାନ,ମତ୍ସ ଚାଷୀ ଆଦି କ୍ଷେତ୍ର ରେ କାର୍ଯ୍ୟ କରୁଥିବା ପରିବାର ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ଗୁଣାତ୍ମକ ସ୍ୱାସ୍ଥ୍ୟ ନେଇ ଏକ ସ୍ୱାସ୍ଥ୍ୟ ଶିବିରରେ ୫୦ ଜଣରୁ ଉର୍ଦ୍ଧ୍ବ ରୋଗୀ ପିଡିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ବଣ୍ଟନ କରାଯାଇଥିଲା।କୃଷକ ପରିବାର ମାନଙ୍କ ମଧ୍ୟରେ ସ୍ୱା୍ସ୍ଥ୍ୟ ସଚେତନତାକୁ ଅଧିକ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ଶିବିର ଏକ ଅଭିଯାନ ଭଳି ଅଞ୍ଚଳରେ ଆୟୋଜିତ ହୋଇ ଆସୁଛି । ବରିଷ୍ଠ ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଓ ଜୀବନ ଚର୍ଚା ନେଇ ପରାମର୍ଶ ଦେଇଥିଲେ । ବାଏଫର ପୋଗ୍ରାମ ଅଫିସର ପବନ କୁମାର ବଟକଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥବା ଏପିଓ ସ୍ମିତାରାଣୀ ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ ।ଅଣ ସଂକ୍ରମିତ ରେ ପିଡିତ ମଧୁମେହ,ରକ୍ତଚାପ,କର୍କଟ ଓ ହୃଦରୋଗୀଙ୍କୁ ମଧ୍ୟ ଶିବିରରେ ଚିହ୍ନଟ କରାଯାଇ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଔଷଧ ସେବନ କରିବାକୁ ଏହି ଶିବିରରେ ପରାମର୍ଶ ଦିଆଯାଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories