Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୬ ଜୁଲାଇ ଘୋଷଣା ହେଉ ସଂରକ୍ଷଣ ଦିବସ , ଓବିସି ମଞ୍ଚ

ସମ୍ବଲପୁର:୨୬ ଜୁଲାଇକୁ ସଂରକ୍ଷଣ ଦିବସ ଭାବେ ଘୋଷଣା କରିବାକୁ ଓବିସି ମଞ୍ଚ ପକ୍ଷରୁ ବୁଧବାର ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି I ଆଜକୁ ୧୨୧ ବର୍ଷ ପୂର୍ବେ ୧୯୦୨ ମସିହା ଜୁଲାଇ ୨୬ ତାରିଖ ଠିକ୍ ଆଜିର ଦିନରେ ମହାନ୍ ସମାଜ ସଂସ୍କାରକ ଛତ୍ରପତି ସାହୁଜୀ ମହାରାଜ ତାଙ୍କ ରାଜ୍ୟ କୋଲ୍ହIପୁରରେ ବସବାସ କରୁଥିବା ପଛୁଆ ବର୍ଗ ଏବଂ ମହିଳାଙ୍କ ସକାଶେ ସର୍ବପ୍ରଥମେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେIଏହି ପରିପ୍ରେକ୍ଷୀରେ ଛତ୍ରପତି ସାହୁଜୀ ମହାରାଜଙ୍କୁ ସଂରକ୍ଷଣର ଜଣକ ବୋଲି ମଧ୍ୟ କୁହାଯାଏI ଅନ୍ୟ ପକ୍ଷରେ ଭାରତୀୟ ସମ୍ବିଧାନର ଜନକ ଡ଼ଃ ବାବା ସାହେବ ଆମ୍ବେଦକର ମଧ୍ୟ ଛତ୍ରପତି ସାହୁଜୀ ମହାରାଜଙ୍କ ଠାରୁ ଉଦବୃଦ୍ଧ ହୋଇ ସମସ୍ତ ପ୍ରକାରର ସଂରକ୍ଷଣ ବ୍ୟବସ୍ଥାକୁ ଲାଗୁ କରିବାକୁ ସମ୍ବିଧାନରେ ଲିପିବଦ୍ଧ କରିଯାଇଛନ୍ତି I ମାତ୍ର ବିଡମ୍ବନାର ବିଷୟ ଯେ ଆଜି ପର୍ଯ୍ୟନ୍ତ ସଂରକ୍ଷଣ ଦିବସ ବୋଲି କୌଣସି ଏକ ଦିନକୁ ସରକାର ଘୋଷଣା କରି ନାହାନ୍ତି I ଏଣୁ ୨୬ ଜୁଲାଇ କୁ “ସଂରକ୍ଷଣ ଦିବସ” ଭାବେ କେନ୍ଦ୍ର ସରକାର ଘୋଷଣା କରିବାକୁ ଓବିସି ମଞ୍ଚ ତଥା ଦଳିତ ନେତାଗଣ ମତ ପ୍ରକାଶ କରିଥିଲେ I ମଞ୍ଚର ଜ଼ିଲ୍ଲା ଆବାହକ ସରୋଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର, ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ପରିଷଦର ଅଧକ୍ଷ ତଥା ବିଶିଷ୍ଠ ସମାଜସେବୀ ନିହାଲ ସିଂହ, ଓବିସି କର୍ମୀ ହୀରାଲାଲ ବେହେରା, ଡ଼ଃ ଉତ୍ତମ ପ୍ରଧାନ, ଜଟା ଭୂଷଣ ସାହୁ, ଲଷ୍ମଣ ପ୍ରଧାନ, ଭବାନୀ ଶଙ୍କର ପ୍ରଧାନ, ରାଷ୍ଟ୍ରୀୟ ବୌଦ୍ଧ ମହାସଭାର ଯୁଗ୍ମ ସମ୍ପାଦକ ମଣ୍ଡଳୀ ସଦସ୍ୟ ହରିଶ ଦୀପ, ଭୂପେଶ ବାଗ ପ୍ରମୁଖ ଛତ୍ରପତି ସାହୁଜୀ ମହାରାଜଙ୍କ ସୃତି ଚାରଣ ପୂର୍ବକ ମତାମତ ପ୍ରଦାନ କରିଥିଲେ I ସଭା ପ୍ରାରମ୍ବରେ ସାହୁଜୀ ମହାରାଜଙ୍କ ତୈଲ୍ୟ ଫଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରାଯାଇଥିଲା I ଏହି ଅବସରରେ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଭାରତୀୟ ରେଡ଼କ୍ରସ୍ ସୋସାଇଟିର ବାର୍ଷିକ ସାଧାରଣ ପରିଷଦ ସଭାରେ ସମାଜସେବୀ ତଥା ବିଶିଷ୍ଠ ଦଳିତ ନେତା ନିହାଲ ସିଂହ ଙ୍କୁ ସମ୍ମାନ ସୂଚକ ରେଡକ୍ରସ ମ୍ୟାରିଡ୍ ସାର୍ଟିଫିକେଟ ଆୱ‌।ଡ଼ ପ୍ରଦାନ କରାଯାଇଥିବାରୁ ଶ୍ରୀ ସିଂହଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ